Advertisment

Road Construction Issues: ଗାଁକୁ ରାସ୍ତା ଫିଟିବାରେ ବାଧକ ସାଜିଛନ୍ତି ସରକାରୀ ବାବୁ, ବାରମ୍ବାର ଚିଠି ପରେ ବି ବିଭାଗକୁ ଦେଉନାହାନ୍ତି ତଥ୍ୟ

ଗାଁକୁ ରାସ୍ତା ଫିଟିବାରେ ବାଧକ ସାଜିଛନ୍ତି ସରକାରୀ ବାବୁ । ବାରମ୍ବାର ଚିଠି ପରେ ବି ବିଭାଗକୁ ଦେଉନାହାନ୍ତି ତଥ୍ୟ। ୧୦ ମାସ ପରେ ବି ତଥ୍ୟ ନଦେବାରୁ ପୁଣି ଉଦବେଗ ପ୍ରକାଶ କରି ଚିଠି ଲେଖିଲେ ନିର୍ଦ୍ଦେଶକ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଗାଁକୁ ରାସ୍ତା, ବାଧକ ବାବୁ !

ଗାଁକୁ ରାସ୍ତା, ବାଧକ ବାବୁ !

ସରକାରୀ ବାବୁଙ୍କ ଖାମଖିଆଲ ନୀତି ଯୋଗୁଁ ଗାଁକୁ ଫିଟିପାରୁନି ରାସ୍ତା । ଏହା ଲୋକଙ୍କ ଅଭିଯୋଗ ନୁହେଁ, ବରଂ ଖୋଦ୍ ବିଭାଗ ଏହାକୁ ଉପଲବ୍ଧି କରି ଲେଖିଛି ଚିଠି । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଲେଖିଛନ୍ତି ବିଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ନିର୍ମାଣ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ତଥ୍ୟ ଦେଉନାହାନ୍ତି ସରକାରୀ ଅଧିକାରୀ । ଗତ ଅଗଷ୍ଟ ମାସରୁ ରାଜ୍ୟରେ ରାସ୍ତା ନଥିବା ଗାଁର ତଥ୍ୟ ମାଗିଥିଲେ ବି ଏ ଯାଏଁ ବିଭାଗକୁ ତଥ୍ୟ ଦେଉନାହାନ୍ତି ଅଧିକାରୀ ।

Advertisment

ଅଧିକ ପଢ଼ନ୍ତୁ: ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ, ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର

ଗାଁକୁ ରାସ୍ତା ଫିଟିବାରେ ବାଧକ ସାଜିଛନ୍ତି ସରକାରୀ ବାବୁ । ବାରମ୍ବାର ଚିଠି ପରେ ବି ବିଭାଗକୁ ଦେଉନାହାନ୍ତି ତଥ୍ୟ। ୧୦ ମାସ ପରେ ବି ତଥ୍ୟ ନଦେବାରୁ ପୁଣି ଉଦବେଗ ପ୍ରକାଶ କରି ଚିଠି ଲେଖିଲେ ନିର୍ଦ୍ଦେଶକ। ନଜର ପକାନ୍ତୁ ଓଟିଭି ହାତରେ ଲାଗିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ଚିଠି ଉପରେ। ରାଜ୍ୟରେ କେତେ ଗାଁ ଓ ପଡ଼ାକୁ ରାସ୍ତା ନାହିଁ ତା’ର ତଥ୍ୟ ଦେବାକୁ ସମସ୍ତ CDOମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ନିର୍ଦ୍ଦେଶକ । ହେଲେ ବିଡମ୍ବନାର କଥା ହେଲା ଗତ ବର୍ଷ ଅଗଷ୍ଟରେ ମଧ୍ୟ ଏହି ତଥ୍ୟ ମାଗିଥିଲେ ନୂଆ ସରକାର। କିନ୍ତ ଏଯାଏଁ ତଥ୍ୟ ଦେଇନାହାନ୍ତି ଅଧିକାରୀ। ଯେଉଁଥିପାଇଁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରି ନିର୍ଦ୍ଦେଶକ ଲେଖିଛନ୍ତି ସରକାର ବିଛିନ୍ନ ଗାଁଗୁଡିକୁ ରାସ୍ତା ନିର୍ମାଣ ପାଇଁ ଗୁରୁତ୍ୱ ଦେଉଥିବା ବେଳେ, ଏଯାଏଁ ବିଭାଗକୁ ତଥ୍ୟ ଦେଉନାହାନ୍ତି ଅଧିକାରୀ। ନିର୍ଦ୍ଦିଷ୍ଟ ଫର୍ମାଟରେ ଯଥା ଶୀଘ୍ର ତଥ୍ୟ ଦେବାକୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି ନିର୍ଦ୍ଦେଶକ।

Advertisment

ଏପଟେ କିନ୍ତୁ ସରକାର ବଦଳିବା ପରେ ବି ରାସ୍ତା ନଥିବା ଗାଁର ଚିତ୍ର ବଦଳି ପାରୁନି। ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ୍ କୋକଳବା ପଞ୍ଚାୟତର ଦୁର୍ଗମ ଗାଁ ହାତୀଗଡ଼ା। ଗାଁକୁ ଗୋଟିଏ ମାତ୍ର ପଥୁରିଆ ରାସ୍ତା। ପ୍ରାୟ ୩ କିଲୋମିଟର ଅତିକ୍ରମ କରିବାକୁ ହେବ। ରାସ୍ତା ନଥିବାରୁ କୌଣସି ସରକାରୀ ସୁବିଧା ପହଞ୍ଚିବାରେ ବାଧକ ହେଉଛି। ସେଥିପାଇଁ ଗାଁର ପରିବାର ସଂଖ୍ୟା ୩୦ରୁ ଆସି ୭ରେ ପହଞ୍ଚିଲାଣି । ସେହିପରି ମାଲକାନଗିରି ଚିତ୍ରକୋଣ୍ଡା କମାରଗୁଡ଼ାର । ଏଇ ଗାଁକୁ ବି ଦୁଇ କିଲୋମିଟର ଆଣଓସାରିଆ ପାଦ ଚଲା ରାସ୍ତା। ମଟର ସାଇକେଲ ଛାଡ଼ିଦେଲେ ଅଟୋ ରିକ୍ସାଟିଏ ମଧ୍ୟ ଆସିବା ଅସମ୍ଭବ । ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି ରାସ୍ତା ହୋଇପାରୁନି। ନବରଙ୍ଗପୁର ଝରିଗାଁ ବ୍ଲକ ବାଘବେଡ଼ା ଗାଁର ବି ସମାନ ଅବସ୍ଥା।

ନିକଟରେ ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥ୍ୟ ରଖି ୫ ହଜାର ୧୯୭ ଗାଁ ଓ ପଡ଼ାକୁ ସବୁଦିନିଆ ରାସ୍ତା ନଥିବା ଦର୍ଶାଇଥିଲେ । ଦେଖିବାର କଥା ହେଉଛି ପୁନର୍ବାର ବିଭାଗର ଚିଠି ପରେ ସରକାରୀ ବାବୁ ଚେତୁଛନ୍ତି ନାଁ ନାହିଁ ?

ଅଧିକ ପଢ଼ନ୍ତୁ: ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲା: ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ

Odisha Road Problem
Advertisment
Related Articles
Advertisment