Advertisment

ବିହାର ରାଜଭବନରେ ନୀତୀଶ କୁମାର, ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ସରକାର !

କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।

author-image
Santosh Kumar Sahoo
Nitish Kumar

Nitish Kumar

ବିହାର ରାଜନୀତିରେ ହଟଚମଟ। ବିହାର ରାଜଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାର ପୁଣି ଥରେ ଏନଡିଏକୁ ଫେରିବା ଚର୍ଚ୍ଚା ଭିତରେ ସେ ରାଜଭବନରେ ପହଞ୍ଚିଛନ୍ତି। ଯଦିଓ କୁହାଯାଉଛି ଆଟ୍ ହୋମ୍ ରିସେପସନ୍ ନାମକ ଏକ କାର୍ଯ୍ୟକ୍ରମକୁ ସେ ଯାଇଛନ୍ତି, କିନ୍ତୁ ଚର୍ଚ୍ଚା ହେଉଛି, ଇଣ୍ଡିଆ ମେଣ୍ଟରୁ ବାହାରି ପୁଣି ଥରେ ବିଜେପି ସହିତ ମେଣ୍ଟ କରିବାର ଏହା ହେଉଛି ସ୍ପଷ୍ଟ ସଂକେତ। 

Advertisment

ତେବେ କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ। ସାଧାରଣ ନିର୍ବାଚନ ସମୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆରଜେଡି କହିଛନ୍ତି, କିଛି ଦିନ ହେଲାଣି ବିହାରରେ ଏକ ଦ୍ୱନ୍ଦ୍ୱ ଲାଗି ରହିଛି। ମେଣ୍ଟର ମୁଖିଆ ନୀତିଶ କୁମାର ସ୍ପଷ୍ଟ କରିବା ଉଚିତ, ଘଟଣା କ’ଣ । ଅନିଶ୍ଚିତତା ଦୂର କରିବା ଉଚିଚ୍‌ ବୋଲି ଆରଜେଡି କହିଛି।

ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରଠୁ ଅନେକ ଚର୍ଚ୍ଚା ଲାଗି ରହିଛି। ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡ଼ିଥିବାର ଏକ ଫଟୋ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଥିବାବେଳେ ଏନଡିଏକୁ ନୀତିଶ ଫେରିବା ଏକ ପ୍ରକାଶ ନିଶ୍ଚିତ ବୋଲି ବି କୁହାଯାଉଛି।

Advertisment
RJD Bihar India News Nitish Kumar JDU
Advertisment
Advertisment