ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।
ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ ।
ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ, ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ