• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାଇ ହାତରେ ରାକ୍ଷୀ ବାନ୍ଧି ଦେଉଛି ଭାଇ । ସୁବିଧା ଅସୁବିଧାରେ ଭାଇ ହେବ ସାହାରା । ଏହି ବିଶ୍ୱାସ ନେଇ ଜନ୍ମ ଜନ୍ମ ଯାଏଁ ରାକ୍ଷୀର ଖିଅ ଭାଇ ଭଉଣୀ ଭିତରେ ଯୋଡ଼ି ହୋଇଛି । ହେଲେ ଏହି ରାକ୍ଷୀ ପିନ୍ଧାଇବାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କେତେବେଳେ ରାକ୍ଷୀ ବାନ୍ଧିବେ ତାକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି ।

ଆଜି ଦିନ ବେଳା ରାକ୍ଷୀ ନପିନ୍ଧାଇବାକୁ କିଛି ମତ ଆସିବା ପରେ ଦ୍ୱନ୍ଦ୍ୱ ଦେଖା ଯାଇଥିଲା । ହେଲେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆଜି ଯେଉଁ ସମୟରେ ବି ରାକ୍ଷୀ ପିନ୍ଧା ଯାଇପାରିବ ବୋଲି ମତ ରଖିଛନ୍ତି ଅନ୍ୟ କିଛି ପଣ୍ଡିତ । ଭଦ୍ରା ତିଥିରେ ଧନଲାଭ ଓ ସୁଖର ଆଗମ ହୁଏ । ତେବେ ଭଦ୍ରାଯୋଗରେ କିମ୍ୱଦନ୍ତୀ କୁହେ, ତ୍ରେତୟା ଯୁଗରେ ଯେତେବେଳେ ସୁପର୍ଣଖା ରାବଣ ହାତରେ ରାଖୀ ବାନ୍ଧିଥିଲେ, ସେତେବେଳେ ଭଦ୍ରାଯୋଗ ହୋଇଥିଲା ।

ତେବେ ଏକଥା ମଧ୍ୟ କୁହାଯାଇପାରେ ରାବଣ ହାତରେ ସେହି ସମୟରେ ରାଖୀ ବାନ୍ଧିବା ଦ୍ୱାରା ଯେ ତାର ମୃତ୍ୟୁ ହୋଇଥିଲା ତାହା ନୁହେଁ । ସୀତାଙ୍କୁ ହରଣ କରିଥିବାକୁ ମୋକ୍ଷ ପ୍ରାପ୍ତି ପାଇଁ ସେ ଶ୍ରୀରାମଙ୍କ ହାତରେ ମୃତ୍ୟୁ ଲାଭ କରିଥିଲା । ଏଣୁ ବିଶେଷଜ୍ଞଙ୍କ ମତରେ ଆଜିର ଦିନରେ ଯେକୌଣସି ସମୟରେ ମଧ୍ୟ ରାକ୍ଷୀ ବାନ୍ଧିଲେ ସେପରି କୌଣସି ଅନୁବିଧା ନାହିଁ । 

ସେପଟେ ରାକ୍ଷୀ ପୂର୍ଣ୍ଣିମା ସହ ଆଜି ମଧ୍ୟ ଗହ୍ମା ପୂର୍ଣ୍ଣିମା । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ ।

ସେପଟେ ଆଜି ସୁନ୍ଦର ଯୋଗ ମଧ୍ୟ ରହିଛି । ଆଜିର ଦିନରେ ରାକ୍ଷୀ ବାନ୍ଧିଲେ ସମ୍ପର୍କ ନିବିଡ଼ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ଭଦ୍ରେ ଦାୟିନୀ ଭଦ୍ରା ଭାବରେ ଏଥିରେ ଅମଙ୍ଗଳର ପ୍ରଶ୍ନ ନାହିଁ । ଅନ୍ୟପଟେ ପାଞ୍ଜିକା ହିସାବରେ ମଧ୍ୟ ଆଜି ଶୋଭନ ଯୋଗ ରହିଛି । ଏଣୁ ଆଜି ଯେତେବେଳେ ମଧ୍ୟ ରାକ୍ଷୀ ବାନ୍ଧିଲେ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଆସୁଛି ତାହା ଏକ ଗୁଜବ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now