Advertisment

Tourist Swept Away: ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ପର୍ଯ୍ୟଟକ। ତାଙ୍କୁ ଲାଇଫଗାର୍ଡମାନେ ଉଦ୍ଧାର କରିଛନ୍ତି।

author-image
Madhupriya Mistry
Puri

Puri

ପୁରୀ ସମୁଦ୍ରରେ ଗାଧୋଇ ବେଳେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଛନ୍ତି।

Advertisment

ଉକ୍ତ ବ୍ୟକ୍ତି ଜଣକ ହେଲେ ପଶ୍ଚିମବଙ୍ଗର ଗୋପାଳ ଆଇଚ୍। ଏହି ପର୍ଯ୍ୟଟକ ଜଣକ ତାଙ୍କ ପରିବାର ସହ ସେକ୍ଟର ୮ ନମ୍ବର ବେଳାଭୂମି ଅର୍ଥାତ ହୋଟେଲ୍ ପାର୍କ ସମ୍ମୁଖ ବେଳାଭୂମିରେ ଗାଧୋଇବା ବେଳେ ବଡ଼ ବଡ଼ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଟାଣି ହୋଇ ଚାଲି ଯାଇଥିଲେ। ପରେ ସମୁଦ୍ର ଭିତରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ।

ତାଙ୍କ ପରିବାର ଲୋକେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ। ଏହା ପରେ ଲାଇଫଗାର୍ଡମାନେ ଗଭୀର ସମୁଦ୍ର ଭିତରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। 

Advertisment

Puri Tourist Spots
Advertisment
Advertisment