ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତାସତ୍ତ୍ବେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। ଏବେ ବି ରାଜଧାନୀ ରାଜରାସ୍ତାରେ ଖରା-କାକରରେ ଚାଲିଛି ଆନ୍ଦୋଳନ।
ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ଯୁବ କଂଗ୍ରେସ।
ନୀଳମୟ ହେଲା ଲୋୟର ପିଏମ୍ଜି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ ।
ଆକ୍ସନ୍ ମୋଡରେ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରକୁ କରୁଛି ଟାର୍ଗେଟ୍। ଲୋକସେବା ଭବନ ଘେରାଉ, ଲୋୟର ପିଏମ୍ଜିରେ ହଲ୍ଲାବୋଲ୍ । ଭୋଟ୍ ବେଳେ କାମ ଦେବନି କହି ବିଜେପି ଓ ବିଜେଡିର ତାଚ୍ଛଲ୍ୟ
ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଆଜି ମନମୁଣ୍ଡା ବନ୍ଦ। ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ। ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ନିର୍ବାଚନ କମିଶନଙ୍କୁ ବିଜେପିର ଫେରାଦ
ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା।
ବଲାଙ୍ଗୀରରୁ ବୌଦ୍ଧ, ବାଲେଶ୍ବରରୁ ବୀରମହାରାଜପୁର, ରାଜ୍ୟ ସରକାରଙ୍କ ନୂଆ ଏନଏସି ତାଲିକାରୁ ବାଦ୍ ପଡିବା ପରେ ସବୁଠି କୁହୁଳୁଛି ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ସରକାର ପୂରଣ କରିନଥିବାରୁ କେଉଁଠି ପୋଡାଜଳା ହୋଇଛି ତ କେଉଁଠି ବନ୍ଦ ପାଳନ। ଆସନ୍ତାକାଲିଠାରୁ ଆହୁରି ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ଜିଲ୍ଲାର ଅସନ୍ତୁଷ୍ଟ ଜନତା..
କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ।
ଗତ ୧ ମାସ ହେଲା ଆନ୍ଦୋଳନ ଜାରି ରଖିଥିଲେ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ନ ପାଇ ଛଟପଟ ହୋଇ ଆସୁଥିଲେ ଅସୁସ୍ଥ ଗୃହପାଳିତ ପଶୁ ପକ୍ଷୀ।
ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।
ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।
ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
କାଲିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି। ଏହାକୁ ନେଇ ବଢିଛି ଚିନ୍ତା। କାରଣ ଯୋଗାଣ ପ୍ରଭାବିତ ହେଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି।
ନୂଆ ବର୍ଷରେ ପେଟ୍ରୋଲ ପମ୍ପରେ ଟ୍ରାଫିକ୍ ଜାମ୍ .. ଲମ୍ବା ଧାଡି । କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି ।
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି।
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।
ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି...ସ୍ଥଗିତ ନେଇ କଞ୍ଚା ପରିବା ବ୍ୟବସାୟୀ ସଂଘ ସମ୍ପାଦକଙ୍କ ସୂଚନା
ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ । ଅକ୍ଟୋବର ୨ରୁ ଏହି ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ୩୬ଟି ବସ୍ ଗଡ଼ିବାର ସମ୍ଭାବନା ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରାରେ ଅଟଳ ରହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏହା ଭିତରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଥିବାରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ୍ ମାଲିକ ସଂଘ ଭିତରେ ଦେଖାଦେଇଛି ଫାଟ ।
ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି ।
୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।
କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
ରାଜ୍ୟରେ ଅସହ୍ୟ ହେଲାଣି ବାବୁଗିରି । ପୂର୍ବରୁ କେବଳ ରାଜ୍ୟ ଶାସନରେ ଅଫିସରଙ୍କ ଦବଦବା ରହୁଥିଲା ବେଳେ ଏବେ ଏହା ଗାଁରେ ବି ପହଞ୍ଚିଲାଣି । ସରପଞ୍ଚଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ବିଡିଓ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ ।
ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।