• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ହସ୍ପିଟାଲରୁ ଘରକୁ ଯିବ ରାହୁଲ ସାହୁ । ଏଥିପାଇଁ ଦିନ ୧୧ଟା ବେଳେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଏହାପରେ ରାହୁଲ ୨ଟାବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ । ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ରାହୁଲକୁ ଘରକୁ ନିଆଯିବ ବୋଲି ଛତିଶଗଡ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବୋରୱେଲ୍‌ ଗର୍ତ୍ତରୁ ଉଦ୍ଧାର ହେବା ପରେ ରାହୁଲର ଖାଇବା, ଚାଲିବା ଓ ଫିଜିଓ ଥେରାପି ବେଳର କିଛି ଭିଡିଓ ଦେଖିବାକୁ ମିଳିଥିଲା । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହରିଡ୍ ଫିରିଡ୍ ଗାଁରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ଫସିଥିଲା । ୧୦ ବର୍ଷର ବାଳକ ରାହୁଲ  ୧୦୮ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ତାକୁ ଉଦ୍ଧାର କରାଯାଇଥିଲା ।

ଛତିଶଗଡ଼ର ରାହୁଲ ସାହୁ ଯିଏ କି ଏବେ ମୃତ୍ୟୁଞ୍ଜୟୀ ବାଳକ ରାହୁଲ ଭାବେ ବେଶ ଚର୍ଚ୍ଚିତ । ବୋରୱେଲ ଭିତରୁ ବାହାରିବା ପରେ ସେ ଏବେ ମେଡିକାଲରେ ଦିନ କାଟୁଛି । ଆଉ ଧିରେ ଧିରେ ସୁସ୍ଥ ହେଉଛି । ଦେଖିବାକୁ ମିଳିଛି ରାହୁଲ ହସି ହସି ଗୀତ ଶୁଣୁଛି । ସତରେ ବିଶ୍ୱାସ ହଉନି, ସେଇ ରାହୁଲ ଯିଏ ଗଭୀର ବୋରୱଲ ଭିତରେ ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ଦିନ କାଳ ସାପ ସହ ଲଢ଼େଇ କରି ନୂଆ ଜୀବନ ପାଇଛି । ରାହୁଲ ଏବେ ବିଳାସପୁରର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ । ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।