• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଳାସପୁର ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହେଲା ବହୁଚର୍ଚ୍ଚିତ ରାହୁଲ ସାହୁ । ୫ ଦିନ ବୋରେୱେଲରେ ଫସିଲା ପରେ ଗତ ୧୪ ରାତିରେ ଉଦ୍ଧାର ହୋଇଥିଲା ରାହୁଲ । ଗତ ୧୪ ତାରିଖରୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଏବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବାରୁ ଡିସଚାର୍ଜ ହୋଇ ଘରକୁ ଫେରିଲା । ଡିସ୍‌ଚାର୍ଜ ବେଳେ ମେଡିକାଲରେ ଜାଞ୍ଜବୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ । ବିଳାସପୁର ଏସ୍‌ପିଙ୍କ ପକ୍ଷରୁ ରହୁଲଙ୍କୁ ଗିଫ୍ଟ ଆକାରରେ ସାଇକେଲ ଓ ଚକୋଲେଟ୍ ଦିଆଯାଇଛି ।

ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ । ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ରାହୁଲକୁ ଘରକୁ ନିଆଯିବ ବୋଲି ଛତିଶଗଡ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହରିଡ୍ ଫିରିଡ୍ ଗାଁରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ଫସିଥିଲା । ୧୦ ବର୍ଷର ବାଳକ ରାହୁଲ ୧୦୮ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ତାକୁ ଉଦ୍ଧାର କରାଯାଇଥିଲା । ଛତିଶଗଡ଼ର ରାହୁଲ ସାହୁ ଯିଏ କି ଏବେ ମୃତ୍ୟୁଞ୍ଜୟୀ ବାଳକ ରାହୁଲ ଭାବେ ବେଶ ଚର୍ଚ୍ଚିତ । ବୋରୱେଲ ଭିତରୁ ବାହାରିବା ପରେ ସେ ଏବେ ମେଡିକାଲରେ ଦିନ କାଟୁଥିଲା । ଆଉ ଧିରେ ଧିରେ ସୁସ୍ଥ ହେଉଥିଲା ।