Advertisment

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ୫୦ରୁ ଅଧିକ ଅଣ୍ଡା ମାଡ଼

ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।

author-image
Satyendu Shekher Mishra
EGG HURLED

EGG HURLED

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ବସିଥିବା ଗାଡ଼ି ଉପରକୁ ପ୍ରବଳ ଅଣ୍ଡା ମାଡ଼। ଧର୍ମଶାଳା କୁରିକଣା ଠାରେ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ମିଳିଛି। କିଛି ଲୋକ ରାସ୍ତାରେ ହୋହଲ୍ଲା କରି ୫୦ରୁ ଅଧିକ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ଘଟିଛି ଏହି ଘଟଣା। ତେବେ କିଏ ଏବଂ କାହିଁକି ଅଣ୍ଡା ମାଡ଼ କରିଛନ୍ତି,ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ତାଙ୍କ ବିରୋଧରେ ବଢୁଥିବା ପୁଞ୍ଜିଭୂତ ଅସନ୍ତୋଷର ପରିଣାମ।

Advertisment

ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ବଳବନ୍ତରାୟ। ସେ କହିଛନ୍ତି ‘ଅରାଜକତା ଆରମ୍ଭ, ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହୋଇଛି । ପରିବର୍ତ୍ତନ ନାରା ଦେଇ ନିର୍ବାଚିତ ବିଧାୟକଙ୍କ ସମର୍ଥକଙ୍କ କାର୍ଯ୍ୟ ଦେଖୁଛନ୍ତି । କେଉଁଭଳି ଭାବେ ନୂତନ ବିଧାୟକଙ୍କ ସମର୍ଥକ ଗାଳି ଗୁଲଜ କଲେ । ଜେନାପୁର ଥାନାରେ ଏତଲା ହେବ, ଏସ୍‌ପିଙ୍କ ସହ ମଧ୍ୟ କଥା ହୋଇଛି ।’

ଅନ୍ୟପଟେ ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି। ୨ ଜଣଙ୍କ ପରେ ଆଉ କିଛି ଏମ୍‌ପି ଛାଡ଼ିପାରନ୍ତି। ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ । ସେ କହିବା ଆରମ୍ଭ କରିବାରୁ ଅନେକ ମୁହଁ ଖୋଲୁଛନ୍ତି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ୱିମତ ନାହିଁ । ୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି। ମୋ ମୂଳ ପ୍ରଶ୍ନ ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି। ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି। ଯାହାର ଜବାବ ରଖିଛି ବିଜେଡି।

Advertisment
Odisha Politics Pranab Balabantaray
Advertisment
Advertisment