• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pradeep Panigrahi

PRadeep-panigrahi
ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ ଏହି ରାୟରେ ସାମାନ୍ୟ  ଆଶ୍ୱସ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ […]

Khola Katha Ep 678 | 03 DEC 2020 | ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଖୋଲାକଥା
Khola Katha Ep 678 | 03 DEC 2020 | ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଖୋଲାକଥା

Watch This Exclusive Interview With Expelled BJD MLA Pradeep Panigrahi OdishaTV is Odisha\'s no 1 News Channel. OTV being the first private satellite

pradeep-panigayrjhi
ସରକାରଙ୍କୁ ପ୍ରଦୀପଙ୍କ ଡାଲି ଦୁର୍ନୀତି ବାଣ; କହିଲେ, କାହିଁକି କ୍ଲୋଜ୍‌ ହେଲା ମାମଲା ?

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆଜି ବି ତାଙ୍କ ତୂଣୀରରୁ ପୁଣି ଏକ ତୀର ଛାଡ଼ିଛନ୍ତି ପ୍ରଦୀପ। ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଖୁରେଇଛନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ’ଣ […]

pradeep-panigahrui
୪ ଗାଡ଼ିରେ ଆସି ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲେ କିଛି ଲୋକ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଥିବା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୁଜାତାଙ୍କ ସୂଚନା ଅନୁସାରେ, ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ପ୍ରଦୀପଙ୍କୁ ଉଠାଇ ନେଇଛନ୍ତି। ଗାଡ଼ିରେ ଆସିଥିବା ଲୋକମାନେ ଇଓଡବ୍ଲୁ କହି ପ୍ରଦୀପଙ୍କୁ ନେଇ ଆସିଥିଲେ। କିନ୍ତୁ ପ୍ରଦୀପ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସରେ […]

Sujata
'ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି'

ଭୁବନେଶ୍ୱର: ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ପ୍ରଦୀପଙ୍କୁ ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି […]

pradeep-panigrahi
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ଟ୍ୱିଟ୍ କରି ଜଣାଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ତାଙ୍କ ପତ୍ନୀ ସୂଜାତା ପାଣିଗ୍ରାହୀ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ […]

pradip
ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ସାଇବର ଥାନାରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, […]

pradeep-panigarhi-2
ଭୁବନେଶ୍ୱର SDJM କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: SDJM କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର SDJM ହାଜର କରାଇଲା କ୍ରାଇମ୍‌ବ୍ରାଞ୍ଚ। SDJM କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି ମୁଁ ଯାହା କହିଥିଲି ସେୟା ହେଲା। ଏହା ପୂର୍ବରୁ ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ […]

pardeep
ଜାମିନ ଖାରଜ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ପ୍ରଦୀପ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇନଥିଲା। ଆଜି ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ।  ଏହାପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ପ୍ରଦୀପ ଉଚ୍ଚ […]

pradeep panigrahi
ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲ୍‌ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲିି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା […]

pradeep-panigayrjhi
ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ । ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରୁ…

pradeep-panigrahi
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨…