Advertisment

ଆସୁନି ଆଳୁ, ବଢ଼ୁଛି ଟେନସନ୍; NHରେ ଅଟକିଲା ପଶ୍ଚିମବଙ୍ଗ ମୁହାଁ ଖାଦ୍ୟ ସାମଗ୍ରୀ ଗାଡ଼ି...

ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Potato Prices Rise

ପିଛା ଛାଡୁନି ଆଳୁ ଟେନସନ୍। ଚଢ଼ା ଦର ସହ ଆଳୁ ସଙ୍କଟ କଲବଲ କରୁଥିବାରୁ ଜନ ଅସନ୍ତୋଷ ବି ତେଜିଲାଣି। ବିଶେଷ କରି ଆଳୁ କଟକଣା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ବର୍ଷିବା ସହ ପ୍ରତିବାଦ କଲେଣି ସାଧାରଣ ଜନତା। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା କଟକ ମଙ୍ଗୁଳିଛକରେ । ଏସବୁ ଭିତରେ ରାଜ୍ୟ ସରକାରଙ୍କୁ ଆଜି ବି ନିଶାନା କରିଛନ୍ତି ବିରୋଧୀ। ତେବେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦିନକ ପରେ ନାଫେଡ୍ ଜରିଆରେ ପହଞ୍ଚିବା ପରେ ପ୍ରତ୍ୟେକ ସହରରେ ୩୦ ଟଙ୍କାରେ ଦିଆଯିବ ଆଳୁ।

Advertisment

ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଆଜି କଟକ ମଙ୍ଗୁଳି ଛକରେ ଯେହେତୁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ପରିବହନ ସ୍ବାଭାବିକ କରାଯାଉନି ଏବଂ କଟକଣା ଲଗାଯାଉଛି, ତାର ବଦଲା ନେଇ ପଶ୍ଚିମବଙ୍ଗ ମୁହାଁ ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଥିଲେ ସାମାଜିକ କର୍ମୀ । ଫଳରେ ଆଜି ପୂର୍ବାହ୍ନରେ ୧୬ ନମ୍ବର NHରେ ଠପ୍ ହୋଇଯାଇଥିଲା ଗମନାଗମନ। ଦୀର୍ଘ ସମୟ ଧରି ଅଟକି ରହିଥିଲା ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା, ମାଛ ସହ ପରିବା ଗାଡି । ବିକ୍ଷୋଭକାରୀଙ୍କ ଚେତାବନୀ, ଓଡ଼ିଶାକୁ ଆଳୁ ପରିବହନ ସ୍ବାଭାବିକ ନକଲେ ଆଗକୁ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ। 

ଅନ୍ୟପଟେ ଆଜି ବି ରାଜ୍ୟବ୍ୟାପୀ ତାଉ ଦେଖାଉଛ ଆଳୁର ଭାଉ। କଟକ ହେଉ କି ସମ୍ବଲପୁର, ଭୁବନେଶ୍ବର ହେଉ କି ବାଲେଶ୍ବର। ଗତକାଲି ଭଳି ଆଜି ବି କେଉଁଠି ୪୦ ଉପରେ ତ ଆଉ କେଉଁଠି ୫୦ ପାର୍। ପଶ୍ଚିମବଙ୍ଗରେ କଟକଣା ବଳବତ୍ତର ଥିବାରୁ ଗଳାବାଟ ଦେଇ ଏବଂ ଲୁଚାଛପାରେ ହାତ ଗଣତି କିଛି ଗାଡ଼ି ଆଳୁ ଧରି ପହଞ୍ଚୁଛନ୍ତି। ଏଭଳି ସ୍ଥିତିରେ ଭରସା କେବଳ ସୁଦୂର ଉତ୍ତରପ୍ରଦେଶର ଆଳୁ। ତେଣୁ ଚଢ଼ା ଦର ହେଉ କିମ୍ବା ଦୂରବାଟ, ଓଡ଼ିଶା ବ୍ୟବସାୟୀ ଆଳୁ ଧରି ଆସୁଛନ୍ତି। ତଥାପି ଆବଶ୍ୟକତା ମେଣ୍ଟାଇ ପାରୁନି।

Advertisment

ଗତ ନୀତି ଆୟୋଗ ବୈଠକବେଳେ ମମତା ବାନାର୍ଜୀଙ୍କ ସହ ଆଳୁ ଯୋଗାଣ ପାଇଁ ଦିଲ୍ଲୀରେ ନିଜେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ସ୍ଥିତି ସୁଧୁରୁନି। ଓଡ଼ିଶା ସୀମାନ୍ତରେ ବଙ୍ଗ ପୋଲିସ ଆଳୁ ଧରି ଓଡ଼ିଶା ମୁହାଁ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ଫେରାଇ ନେଉଛି। ବଙ୍ଗ ସରକାରଙ୍କ ଏଭଳି ନୀତି ଭିତରେ ଆଳୁ ପାଇଁ ୟୁପି ଭରସାରେ ଥିବା ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ କିଣି ରାଜ୍ୟବାସୀଙ୍କୁ ଯୋଗାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି। ୧୧ ତାରିଖରେ ୩ ଶହ ମେଟ୍ରିକ୍ ଟନ୍ ଆଳୁ ପହଞ୍ଚିବ ଓଡ଼ିଶାରେ। ସେହି ଆଳୁକୁ ରାଜ୍ୟର ପ୍ରତ୍ୟେକ ସହରରେ କିଲୋ ପିଛା ୩୦ ଟଙ୍କାରେ ଖାଉଟୀଙ୍କୁ ଯୋଗାଇ ଦିଆଯିବ। ଏହାପରେ ବି ଆବଶ୍ୟକ ପଡିଲେ, ନାଫେଡ୍ ଜରିଆରେ ଆଳୁ ଅଣାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। 

ଏସବୁ ଭିତରେ ବିରୋଧୀଙ୍କ ଦାବି, ଆଳୁକୁ ନେଇ ରାଜନୀତି କରାନଯାଉ। ଯେଉଁଠୁ ବି ଆଳୁ ଆଣି ରାଜ୍ୟବାସୀଙ୍କୁ ସୁଲଭ ଦରରେ ଯୋଗାଇ ଦିଆଯାଉ। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଳୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି।  

Potato Price Potato Price In Odisha
Advertisment
Advertisment