Advertisment

Terrifying Explosion Levels Police Station: ଭୟଙ୍କର ବିସ୍ଫୋରଣରେ ଉଡିଲା ଥାନା, ସିସିଟିଭିରେ ବିସ୍ଫୋରଣର ଲୋମଟାଙ୍କୁରା ଦୃଶ୍ୟ !

ଭୟଙ୍କର ବିସ୍ଫୋରଣ, ଉଡିଲା ଥାନା... ପୁଣି ଆତଙ୍କୀ ହମ୍‌ଲା ନା ଦୁର୍ଘଟଣା ? ଜବତ କାର୍‌ରେ ଥିଲା କି ବିସ୍ଫୋଟକ ?  ସିସିଟିଭିରେ ବିସ୍ଫୋରଣର ଲୋମଟାଙ୍କୁରା ଦୃଶ୍ୟ ! ଏହା ଥରାଇ ଦେଇଛି ସାରା ଦେଶକୁ ।

author-image
Tapan Swain
Police-Station-Blast

Police-Station-Blast Photograph: (OTV)

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ନେଇ ଛାନଭିନ୍ ଚାଲିଥିବା ବେଳେ ପୁଣି ଏକ ବିସ୍ଫୋରଣ ଥରାଇ ଦେଇଛି ଦେଶକୁ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ କାଶ୍ମରର ନୌଗାମ୍ ଥାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏଇ ସେହି ଥାନା ଯିଏକି ଦେଶର ବିଭିନ୍ନ ରାଜ୍ୟରୁ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରି ଚର୍ଚ୍ଚାରେ ଥିଲା । 

Advertisment

ବିସ୍ଫୋରଣରେ ଥାନା ଉଡିଯିବା ସହ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୫ରୁ ଅଧିକଙ୍କ ଅବସ୍ଥା ଗୁରୁତର । ବହୁ ପୋଲିସ ଅଧିକାରୀ, କର୍ମଚାରୀଙ୍କ ଚାଲିଯାଇଛି ଜୀବନ । ଘଟଣାସ୍ଥଳଠାରୁ ୩୦୦ ମିଟର ଦୂରରୁ ମିଳିଛି ଖଣ୍ଡ ବିଖଣ୍ଡିତ ମଣିଷ ଅଙ୍ଗ । ଏଥିରୁ ବିସ୍ଫୋରଣ ଯେ କେତେ ଭୟାବହ ହୋଇଥିବ ଅନୁମାନ କରିପାରୁଥିବେ ।  ଅନେକ ଲୋକଙ୍କ ଏ ଯାଏଁ ପତ୍ତା ମିଳିନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । 

ହେଲେ କେମିତି ନୌଗାମ୍ ଥାନାରେ ହେଲା ବ୍ଲାଷ୍ଟ ?

କୁହାଯାଉଛି, ହରିୟାଣାର ଫରିଦାବାଦରୁ ଯେଉଁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା, ତାକୁ ନୌଗାମ୍ ଥାନାରେ ରଖିଥିଲା ପୋଲିସ । ଗତକାଲି ପୋଲିସ ଓ ଫୋରେନସିକ୍ ଟିମ୍ ମିଶି ଏହି ବିସ୍ଫୋରକକୁ ଯାଞ୍ଚ କରୁଥିବା ବେଳେ ହଠାତ ଘଟିଥିଲା ବିସ୍ଫୋରଣ । ତେଣୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ନୁହେଁ ବୋଲି କୁହାଯାଉଥିବା ବେଳେ ସେପଟେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଜୈଶ-ଏ-ମହମ୍ମଦ ସହ ଲିଙ୍କ୍ PAFF ଆତଙ୍କୀ ସଂଗଠନ । ତାହେଲେ କ'ଣ ଥାନା ପରିସରରେ ଥିବା ଜବତ କାର୍‌ରେ ଆଇଇଡି ଲଗାଯାଇଥିଲା କି ? ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏଇ ଦୁଇଟି ଦିଗକୁ ନେଇ ଛାନଭିନ୍ ଚଳାଇଛି ପୋଲିସ । 

Advertisment

ବିସ୍ଫୋରଣରେ ଥାନା ସହ ଆଖାପାଖର ଅନେକ ଘର ବି ଉଡିଯାଇଥିଲା । ହୁତୁ ହୁତୁ ହୋଇ ନିଆଁ ଜଳିବା ସହ କଳା ବହଳ ଧୂଆଁ ଆକାଶକୁ ଉଠୁଥିବାର ଦେଖାଯାଇଛି ସିସିଟିଭି ଫୁଟେଜରେ । 

Police Station Blast J&K Police
Advertisment