ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା ।
ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।
ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ? ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଥାଇ ବେଡରୁ ଅନ୍ତର୍ଦ୍ଧାନ । ଦ୍ବନ୍ଦ୍ବ ବଢାଉଛି ଅଧିକାରୀଙ୍କ ବୟାନ, ସେପଟେ ଉଭାନକୁ ନେଇ ବଢୁଛି ସସ୍ପେନ୍ସ
DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।
ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା ।
ପୁରୀରୁ ନକଲି ଆର୍ମୀ ଯବାନ ଅଟକ.. ତାଙ୍କ ନାଁ ସୁନୀଲ କୁମାର ବୋଲି ଜଣାପଡ଼ିଛି
ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ମୃତକଙ୍କ ରକ୍ତ ପିଇଥିବା ଚର୍ଚ୍ଚା ହେଉଛି। ତେଣେ ଅନୁଗୁଳ କିଆକଟାରେ ନାବାଳକ ହତ୍ୟା ଘଟଣାରେ ବି ଖୋଲୁଛି ଅନ୍ଧବିଶ୍ବାସରୁ କରୁଣ ପରିଣତିର ଗୋଟିକ ପରେ ଗୋଟିଏ କଳାଫର୍ଦ୍ଦ। ମଙ୍ଗଳା କୋଠିରେ ରାତିରେ ଅଧିଆ ପଡ଼ିଥିବା ବେଳେ, ନାବାଳକକୁ ସେଠାକାର ସାଧିକା ବଳି ଦେଇଥିବା ଅଭିଯୋଗ ହୋଇଛି।
ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ?
ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।
ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।
କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।
ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?
ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ।
ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ । ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ ବରଂ ଯୋଗ ବି ଶିଖାଉଛନ୍ତି । ରାଉରକେଲା ସେକ୍ଟର ୨୧ ନୟାବଜାର ସ୍ଥିତ ୪ର୍ଥ ବାଟାଲିୟନରେ ଚାକରି କରୁଛନ୍ତି ରାମଚନ୍ଦ୍ର । ଯୋଗ ଶିଖାଇବା ପରେ ଜାତୀୟ ଓ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ବହୁ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛନ୍ତି ।
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।
ଓଡ଼ିଶା ପୋଲିସ୍ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।
ଗୋଟିଏ ନକଲି ସାର୍ଟିଫିକେଟକୁ ଦେଢରୁ ୨ ଲକ୍ଷ ଟଙ୍କା । ଅତ୍ୟଧିକ ଡିମାଣ୍ଡ ଥିଲେ, ୫ ଲକ୍ଷ ଟଙ୍କା । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଥିଲା ଫେକ୍ ସାର୍ଟିଫିକେଟର ଚେର । କିଛି ଜାଲ୍ ପ୍ରମାଣପତ୍ରଧାରୀ ଡାକବିଭାଗରେ ଚାକିରି କରିଥିବା ଖବର ଓଟିଭିରେ ପ୍ରସାରିତ ହେବା ପରେ, ଏହାର ଚେର ଖୋଜି ଖୋଜି ବଲାଙ୍ଗିରର ଏକ କୋଚିଂ ସେଣ୍ଟରରେ ପହଞ୍ଚିଛି ପୋଲିସ । ମାମଲାରେ କୋଚିଂ ସେଣ୍ଟର ମାଲିକ, କଂପ୍ୟୁଟର ଶିକ୍ଷକ ଓ ଜାଲ୍ ସାର୍ଟିଫିକେଟଧାରୀଙ୍କୁ ମିଶାଇ ୧୯ ଜଣ ଗିରଫ ହୋଇଛନ୍ତି । ତେଣେ କେନ୍ଦ୍ରାପଡ଼ାରେ ବି ସାମ୍ନାକୁ ଆସିଛି ଜାଲ୍ ସାର୍ଟିଫିକେଟ ଘଟଣା ।
ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା ।