Advertisment

Lady Constable : ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଅସଲ ଚେହେରା, ସାମନାକୁ ଆସିଲେ ପ୍ରଥମ ପତ୍ନୀଙ୍କ ପରିବାର

ଆମ ଝିଅକୁ ବି ମାରିଦେଇଥିଲା ଦୀପକ । ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ରାଉତ ଢେଙ୍କାନାଳ ତଳିପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୧୮ରେ ଅପର୍ଣ୍ଣାଙ୍କ ସହ ଦୀପକର ହୋଇଥିଲା ପ୍ରେମ ବିବାହ । ତେବେ ୨୦୨୨ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ । ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା ।

author-image
Jnanadarsi Sahoo
lady constable suicide case

lady constable suicide case

ଢେଙ୍କାନାଳ : କନଷ୍ଟେବଲ ଶୁଭମିତ୍ରା ହତ୍ୟା ଉପରୁ ପରଦା ହଟିବା ପରେ ଏବେ ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଅସଲ ଚେହେରା । କେବଳ ଦ୍ବିତୀୟ ସ୍ତ୍ରୀ ଶୁଭମିତ୍ରା ନୁହେଁ ପୂର୍ବରୁ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବି ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଅପର୍ଣ୍ଣାଙ୍କ ମାଆ ଓ ଭାଇ ଏଭଳି ସଂଦେହ କରିବା ପରେ ଏହି ହତ୍ୟା ମାମଲାରେ ଆସିବାକୁ ଯାଉଛି ଆହୁରି ବଡ଼ ଟ୍ବିଷ୍ଟ । ଗତକାଲି କେନ୍ଦୁଝର ଘଟଗାଁ ଜଙ୍ଗଲରେ ଜେସିବି ସହାୟତାରେ ଗାତ ଖୋଳି ଅଖା ଭିତରେ ବନ୍ଧା ଅବସ୍ଥାରେ ପୋତାଯାଇଥିବା ଶୁଭମିତ୍ରାଙ୍କ ମୃତଦେହ ପୋଲିସ ଉଦ୍ଧାର କରିବା ପରେ ଏବେ ସାମ୍ନାକୁ ଆସିଛନ୍ତି ଦୀପକଙ୍କ ପ୍ରଥମ ପନ୍ତ୍ରୀଙ୍କ ପରିବାର ।

Advertisment

ସିଧା କହିଛନ୍ତି ଆମ ଝିଅକୁ ବି ମାରିଦେଇଥିଲା ଦୀପକ । ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ରାଉତ ଢେଙ୍କାନାଳ ତଳିପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୧୮ରେ ଅପର୍ଣ୍ଣାଙ୍କ ସହ ଦୀପକର ହୋଇଥିଲା ପ୍ରେମ ବିବାହ । ତେବେ ୨୦୨୨ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ । ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଏକ ନାଟକ ଥିଲା । ଦୀପକ ମିଛ କାହାଣୀ କହି ଆମ ଝିଅକୁ ହତ୍ୟା କରିଥିଲା ବୋଲି ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଏପଟେ ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କ ହତ୍ୟାର ପର୍ଦ୍ଦାଫାସ ହେବା ପରେ ଜଣେ ପୋଲିସ ବିଭାଗରେ ଚାକିରି କରିଥିବା ଦୀପକ ରାଉତ ଯେ ଏତେ ବଡ଼ କ୍ରିମିନାଲ ହୋଇପାରେ ତାହା ଧୀରେ ଧୀରେ ପଦାକୁ ଆସୁଛି । 

Advertisment
Odisha News Murder Odisha Odisha Police Constable
Advertisment
Related Articles
Advertisment