ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ଜଣ ରୋଗୀଙ୍କୁ ବିରଳ O- ରକ୍ତ ଆବଶ୍ୟକ ପଡୁଥିବାବେଳେ ଡୋନରଙ୍କୁ ଖୋଜାପଡିଥିଲା। ଲାଇଫ ଲାଇନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ଦୁଇ ରୋଗୀଙ୍କ ପାଇଁ O- ବ୍ଲଡ ଖୋଜୁଥିବାବେଳେ ଦୁଇ ପୋଲିସ […]
ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ […]
ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍ପି ରାହୁଲ ପିଆର୍ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]
ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ। ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା […]
ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
ରାଜଧାନୀ ଭୁବନନେଶ୍ୱରରେ ଚା ଦୋକାନୀଙ୍କ ନାବାଳକ ପୁଅକୁ ପିସିଆର ଭ୍ୟାନ୍ ଟିମ୍ ମାଡ଼ ମାରିବା ଘଟଣା ମାମଲାରେ ୨ଜଣ ହୋମାଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ମାମଲାରେ ଜଣେ OAPF ର ଯବାନ ସସପେଣ୍ଡ ହୋଇଛନ୍ତି
ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି