• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Police

Gangster Hyder
ପୋଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।

Gangster Hyder
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।

Mohit and Sonali
ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି। 

Gurandi Police OIC
ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ?

ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ସଂପୃକ୍ତ ଡିଏଫ୍ଓଙ୍କୁ ପାଇଁ ବଢ଼ାଇ ଦିଆଯାଇଥିଲା ଅସମ୍ଭବ ସୁରକ୍ଷା। ତେବେ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ କାହିଁକି ଏତେ ସୁରକ୍ଷା, କିଛି ବୁଝିହେଉନଥିଲା। 

Soumya Father in law
ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି। 

Court order
୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

୨୦୧୭ରେ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟିଥିଲା। ଏହାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପରିବାର ଲୋକେ ଏପ୍ରିଲ ୨ରେ ଶରଣକୂଳଥାନାରେ ଏତଲା ଦେଇଥିଲେ।

ACFO death
ସବୁ କହିଦେଲେ ସୌମ୍ୟଙ୍କ ମା': ବିଦ୍ୟାଭାରତୀ ଓ ଅବିବାହିତ ଡିଏଫ୍‌ଓ ମଧ୍ୟରେ କଣ ଥିଲା ସମ୍ପର୍କ

ପୂଅ-ବୋହୂଙ୍କ ମଧ୍ୟରେ ପତି-ପତ୍ନୀଙ୍କ ଭଳି ସମ୍ପର୍କ ନଥିଲା। ଏପରିକି ବିବାହ ପରେ ବର୍ଷେ ଯାଏଁ କୌଣସି ଶାରିରୀକ ସମ୍ପର୍କ ନରଖିବାକୁ ବି କୁଆଡ଼େ ଚୁକ୍ତି ହୋଇଥିଲା।

ACFO death
କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସତ ପଦାକୁ ଆସିବ: ମୃତ ସୌମ୍ୟଙ୍କ ବାପା

ଡିଜିଙ୍କୁ ଭେଟିବା ପରେ ଭୁବନେଶ୍ୱର ଆସି ଅଭିରାମ ମହାପାତ୍ର ପିସିସିଏଫ୍‌ଙ୍କୁ ଭେଟିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

mao
୨୪ ଘଣ୍ଟାରେ ରାଜ୍ୟରେ ୪ ମାଓବାଦୀ ନିହତ

ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ମାଓବାଦୀ ନିହତ। ବଲାଙ୍ଗୀର ପରେ କନ୍ଧମାଳରେ ହୋଇଛି ପୋଲିସ ଏନକାଉଣ୍ଟର। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ ହୋଇଛି। ଏବେ ବି ସେଠାରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ଜାରି ରହିଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। […]

police official
ରକ୍ତ ଦେଇ ଜୀବନ ବଞ୍ଚାଇଲେ

ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ  କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ  ଘଟଣାରେ ଦୁଇ ଜଣ ରୋଗୀଙ୍କୁ  ବିରଳ  O- ରକ୍ତ ଆବଶ୍ୟକ ପଡୁଥିବାବେଳେ ଡୋନରଙ୍କୁ ଖୋଜାପଡିଥିଲା। ଲାଇଫ ଲାଇନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ଦୁଇ ରୋଗୀଙ୍କ ପାଇଁ O- ବ୍ଲଡ ଖୋଜୁଥିବାବେଳେ  ଦୁଇ ପୋଲିସ […]

odisha police
ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ […]

nagin
ନାଗିନ୍‌ ଗୀତରେ ନାଚି ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]

Brownsugar
୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

nagin
ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ମସ୍‌ଗୁଲ୍‌ ପୋଲିସ ବାବୁ

ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ‌।  ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା […]

Odisha DGP
ଏୟାର ଲିଫ୍ଟ ହେଲେ ଡିଜିପି: ହେଲେ କାହିଁକି?

ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।

kicking minor boy at Bhubaneswar
ଚା’ ଦୋକାନୀଙ୍କ ନାବାଳକ ପୁଅକୁ ମାଡ଼ ଘଟଣା: ବହିଷ୍କାର ହେଲେ ୨ ହୋମଗାର୍ଡ଼

ରାଜଧାନୀ ଭୁବନନେଶ୍ୱରରେ ଚା ଦୋକାନୀଙ୍କ ନାବାଳକ ପୁଅକୁ ପିସିଆର ଭ୍ୟାନ୍ ଟିମ୍ ମାଡ଼ ମାରିବା ଘଟଣା ମାମଲାରେ ୨ଜଣ ହୋମାଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ମାମଲାରେ ଜଣେ OAPF ର ଯବାନ ସସପେଣ୍ଡ ହୋଇଛନ୍ତି

Jajpur external marital affair Case
ରସକିଆ ପୋଲିସ କର୍ମଚାରୀ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି