• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚୀନରେ ନିମୋନିଆ ଓ ଶ୍ୱାସଜନିତ ରୋଗ ଉଦବେଗଜନକ ସ୍ଥିତି ସୃଷ୍ଟି କରିଥିବାବେଳେ ଓଡ଼ିଶାରେ ବି ଡରେଇଲାଣି ଥଣ୍ଡାଜ୍ୱର । ମେଡିସିନ ଖାଇବା ପରେ ବି ଦୀର୍ଘଦିନ ଛାଡ଼ୁନି କାଶ ଓ କଫ । ଫଳରେ ଲୋକେ ଭୟଭୀତ । ଆଗକୁ ରାଜ୍ୟରେ ଇନ୍‌ଫ୍ଲୁଏଞ୍ଜା ବ୍ୟାପିବା ନେଇ ବି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ସତର୍କ ରହିଲେ ଏସବୁ ରୋଗକୁ ଡରିବାର ଆବଶ୍ୟକତା ନାହିଁ । ସେପଟେ ସଂକ୍ରମଣ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଓ ସର୍ଭେଲାନ୍ସ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଦିଆଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ବାଲେଶ୍ୱର ସରକାରୀ ହସପିଟାଲରେ ମେଡିସିନ୍ ଓପିଡିରେ ରୋଗୀଙ୍କ ଭିଡ଼ । ଡାକ୍ତରଙ୍କ ଅପେକ୍ଷାରେ ଥିବା ଅଧିକାଂଶ ରୋଗୀ ଥଣ୍ଡା, କାଶ, ଓ ଛିଙ୍କ ଭଳି ଶ୍ୱାସଜନିତ ରୋଗରେ ପୀଡିତ । ତେବେ ଚିନ୍ତାର କାରଣ ହେଉଛି ଏମାନଙ୍କ ଭିତରୁ ଅନେକ ଦୀର୍ଘ ଦିନ ହେଲା ମେଡିସିନ ଖାଇଲେଣି ମାତ୍ର ଥଣ୍ଡା, କାଶ ଛାଡ଼ୁନି । ଖାଲି ବାଲେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ସମାନ ସ୍ଥିତି । ଅଧିକାଂଶ ଘରେ ଲୋକ ଥଣ୍ଡା, ଜ୍ୱରରେ ପଡିଛନ୍ତି । 

ଚୀନ୍‌ରେ ଉଜବେଗଜନକ ସ୍ଥିତିରେ ରହିଛି ନିମୋନିଆ ସଂକ୍ରମଣ । ଅଧିକରୁ ଅଧିକ ଶିଶୁ ନିମୋନିଆରେ ପୀଡିତ ହେଇଥିବାରୁ ବଢିଛି ଚୀନ ସରକାରଙ୍କ ଚିନ୍ତା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ସ୍ପଷ୍ଟ କରୁଛି ସେଠାକାର ସ୍ଥିତି କେତେ ସାଂଘାତିକ । ଚୀନ୍‌ରୁ ବ୍ୟାପିଥିବା କୋଭିଡ୍ ଭୂତାଣୁ ମହାମାରୀ ଭାବେ ସାରା ବିଶ୍ୱକୁ ଗ୍ରାସ କରିଥିଲା । ଥଣ୍ଡା ଜ୍ୱର ସେତେଟା ମାରାତ୍ମକ ହୋଇନଥିଲେ ମଧ୍ୟ ଲୋକେ ରିସ୍କ ନେବାକୁ ଚାହୁଁ ନାହାନ୍ତି । ଚୀନରେ ବ୍ୟାପୁଥିବା ନିମୋନିଆ ଅନ୍ୟ ଦେଶକୁ ବ୍ୟାପିବ ନାହିଁ ତ ତାକୁ ନେଇ ଶଙ୍କା ବଢିଛି ।

ଚୀରେ ୱାକିଂ ନିମୋନିଆ ସଂକ୍ରମଣ ବୋଲ ନମାନିବା ଚିନ୍ତାର କାରଣ । ଆଗକୁ ଆମ ରାଜ୍ୟରେ ଇନ୍‌ଫ୍ଲୁଏନ୍ଜା ବ୍ୟାପିବା ଆଶଙ୍କା ରହିଛି । ସେଦୃଷ୍ଟିରୁ ସଂକ୍ରମଣ ଯେଭଳି ବେକାବୁ ନହେବ ସେଦିଗରେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ କି ବ୍ୟବସ୍ଥା କରୁଛି ତା ଉପରେ ନଜର ରହିଛି ।

  • Reported by:
  • RASHMIRANJAN DAS , KAPILENDRA PRADHAN