• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Govt

SpecialStory
ଖଟିଲେ ଖାଇବେ... ଗରିବଙ୍କୁ କ’ଣ ମିଳେ ଏମାନେ କିଛି ଜାଣନ୍ତିନାହିଁ

ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ କେବେ ?

Hapless man seeks govt help for livelihood in Sundargarh
ପରିବାର ନାହିଁ କି କିଛି ସହାୟତା ନାହିଁ...ବାଉଁଶ ବୁଦା ତଳେ ଶୋଇଛି ରୋଗୀଣା ମଣିଷ

ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା? କି ବର୍ଷା? ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ

Odisha Job Scam
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

Odisha Politics
ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Rural Households
ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ଫେଲ ମାରୁଛି କି ରାଜ୍ୟ ସରକାରଙ୍କ ମୋ ଘର ସ୍କିମ୍ । ଗୋଟିଏ ପଟେ ଆବେଦନ ସଂଖ୍ୟା ବଢୁନି, ଅନ୍ୟପଟେ ଆବେଦନ କରିଥିବା ହିତାଧିକାରୀଙ୍କୁ ଲୋନ ବି ଦେଉନି ବ୍ୟାଙ୍କ। ହେଲେ ସରକାର କିନ୍ତୁ ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ମୋ ଘର ଯୋଜନା କାର୍ଯ୍ୟକାରୀ କରିବାକୁ ଆଣିଛନ୍ତି ଗାଇଡଲାଇନ। ଯାହାକୁ ନେଇ ତେଜିଛି ରାଜନୀତି।

Mo Ghara Scheme
ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ ।

BJD MLA Soumya Patnaik
ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତମାନେ ବି ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ବାଢ଼ିଲେଣି । ବିଜେଡି କହିଛି କ୍ୟାମ୍ପସରେ ଅନୁକୂଳ ବାତାବରଣ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ ସରକାର ।

MLA Soumya Ranjan Patnaik
ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।

Odisha Govt
ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି । ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି ।

ପିଜିଆଇ ରିପୋର୍ଟ
ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି ରାଙ୍କ। ଯାହାକି ଫାଇଭ୍ ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଥିଲା ବେଳେ ରାଜ୍ୟ ସ୍କୁଲ ଶିକ୍ଷାର ଏଭଳି ଅଧୋଗତିକୁ ନେଇ ରାଜନୀତି ବି ତେଜିଛି।

Micro Finance
ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ

ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ । ରାଜ୍ୟରେ ୭ଦିନରେ ୫ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତାପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Opposition targets Odisha bureaucrats for participation in public meeting
ବିରୋଧୀଙ୍କ ନିଶାନାରେ 5T ସଚିବ: ଅପରାଜିତାଙ୍କ ପରେ ସିଧା ପାଣ୍ଡିଆନଙ୍କ ନାଁ ନେଇ ବର୍ଷିଲେ ଜୁଏଲ

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।

Vigilance scanner
ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।

PM Awas Yojana
ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ ଦିଆଯିବ କାର୍ଯ୍ୟାଦେଶ। ସେପଟେ କାଳେ ଆବାସ ବଣ୍ଟନରୁ ମୋଦି ସରକାର ମାଇଲେଜ୍ ନେଇଯିବେ, ସେଥିପାଇଁ ଆସନ୍ତାକାଲିଠାରୁ ମୋ ଘର ଯୋଜନାରେ ଆବେଦନ ଗ୍ରହଣ କରିବେ ରାଜ୍ୟ ସରକାର । ଯାହାକୁ ନେଇ ପୁଣି ତେଜିଛି ରାଜନୀତି ।

Ganja banned in Shiva shrines in Odisha
ଶୈବପୀଠରେ ଲାଗିଲା କଟକଣା; ଏଣିକି ବ୍ୟବହାର ହେବନି ଗଞ୍ଜେଇ !

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି ।

Govt not under CM’s control
ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।

Basic amenities still a dram for these tribals in Odisha’s Mohana
ଏମାନେ ବି ଭୋଟର; ପାହାଡ଼ ତଳେ ଗାଁ, କାହାକୁ ମିଳିନି ପକ୍କାଘର

ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି..

Puri Srimandir Ratna Bhandar
ବିରୋଧୀଙ୍କ ପ୍ରଶ୍ନ; କାହିଁକି ୫ ବର୍ଷ ହେଲା ଖୋଲାଯାଉନି ରତ୍ନଭଣ୍ଡାର, କରାଯାଉଛି କି ଲୁଟ୍ ?

ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ ।

Hanuman Jayanti violence
ସମ୍ବଲପୁର ହିଂସା ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ବର୍ଷିଲା ବିଜେପି

ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

School Close
କାଲିଠୁ ସବୁ ସ୍କୁଲ୍‌ ଛୁଟି

କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Odisha Politics, BJP
ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଗ୍ନିବର୍ଷା ଭାଷଣ ପରେ ବିଜେଡିକୁ ଗାଦିରୁ ହଟାଇବାକୁ ବିଜେପିର ଆକ୍ସନ ପ୍ଳାନ୍ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । ଗତକାଲି ନୂଆ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଖୋଦ୍ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ, ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ନେତା ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ । ଏଣିକି ପଂଚାୟତରୁ ଲୋକସଭା ଭବନ ଯାଏଁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ହେବ ଏବଂ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି କହିଛି ।

Home Guards
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।