Advertisment

ବିଜେପି ବିରୋଧରେ ବଢ଼ିଲା ଅନାସ୍ଥା ଚର୍ଚ୍ଚା; କଂଗ୍ରେସ ସହ ହାତ ମେଳାଇବ ବିଜେଡି ?

ପ୍ରଥମେ ଏ ସମ୍ପର୍କରେ ବିଜେଡି ଉପସଭାପତି ଦେବୀ ମିଶ୍ର ମୁହଁ ଖୋଲିଥିବାବେ ଏବେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଦଳର ଆଭିମୁଖ୍ୟ କଣ ରହିବ ସେନେଇ ଦଳର ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Government Under Pressure

Government Under Pressure

ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ବଢ଼ିଲାଣି ରାଜନୀତିକ ବୟାନ । କଂଗ୍ରେସ ଓ ବିଜେଡି ମିଶି ବିଜେପି ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆଉ ଏ ସମ୍ପର୍କରେ ରାଜନୀତିକ ବୟାନବାଜି ବଢ଼ିବାରେ ଲାଗିଛି । ପ୍ରଥମେ ଏ ସମ୍ପର୍କରେ ବିଜେଡି ଉପସଭାପତି ଦେବୀ ମିଶ୍ର ମୁହଁ ଖୋଲିଥିବାବେ ଏବେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଦଳର ଆଭିମୁଖ୍ୟ କଣ ରହିବ ସେନେଇ ଦଳର ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ଅନାସ୍ଥା ପ୍ରସ୍ତାବ ଆସିଲେ ସରକାରଙ୍କ ଉପରେ ଅଧିକ ଚାପ ପଡ଼ିବ ।

Advertisment

ଗତକାଲି ଦେବୀ କହିଥିଲେ, ଏ ପର୍ଯ୍ୟନ୍ତ ବିଧାନସଭାର କୌଣସି ନୋଟିଫିକେସନ ହୋଇନାହିଁ । ବିଜେଡି ମହିଳାମାନଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି । ନାରୀ ନିର୍ଯାତନାକୁ ନିନ୍ଦା କରିଛି । ଆନ୍ଦୋଳନକୁ ଓହ୍ଲାଇଛି । ବିଜେଡି ରାଜ୍ୟର ବୃହତ୍ତମ ଦଳ ଭାବରେ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାଙ୍କ ହକ ପାଇଁ ଲଢେଇ କରିଛି। ବିଧାନସଭାର ଯେତେବେଳେ ନୋଟିଫିକେସନ ହେବ, ସେତେବେଳେ ବିଧାୟକ ଦଳ ବୈଠକ ପରେ ହିଁ ଅନାସ୍ଥା ପ୍ରସଙ୍ଗରେ ନିଷ୍ପତ୍ତି ହେବ । ସେପଟେ ବିଜେପି କହିଛି, ରାଜ୍ୟରେ କଂଗ୍ରେସର ସ୍ଥିତି ନାହିଁ, ସେଥିପାଇଁ ଆଶାବାଡ଼ି ଖୋଜୁଛି । ଆଉ ଏଥିପାଇଁ ବିଜେଡିକୁ ସାଥି କରିଛି । ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।

ସୂଚନା ଥାଉ କି, ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଥିଲେ, ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ । ଆଉ ଏହାକୁ ଆମେ ସମର୍ଥନ ଦେବୁ । ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନ ଦେଉ ବୋଲି ଭକ୍ତ ସିଧା ସିଧା କହିଥିଲେ ।

Advertisment
Odisha Govt BJD BJP Congress
Advertisment
Advertisment