Advertisment

ନରମିଲା ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଅମଲା ସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିଲେ । ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଥିଲେ ।

author-image
Tanmay Kumar Mahalik
Odisha Revenue Employees

Odisha Revenue Employees

ମଳିଲା ପ୍ରତିଶ୍ରୁତି, ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ । ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀମାନେ । ୧୫ ଦିନର ଆନ୍ଦୋଳନ ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏନେଇ ଅମଲା ସଂଘ ସଭାପତି ସୂଚନା ଦେଇଥିବାବେଳେ ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ବନ୍ଦ ରଖିଥିବା ନେଇ କୁହାଯାଇଛି । ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀମାନେ ।

Advertisment

ଅମଲା ସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିଲେ । ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଥିଲେ ।

ରାଜସ୍ବଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବିରେ ରାଜସ୍ବ ଅମଲା ସଂଘ ସମୂହ ଛୁଟିରେ ଚାଲିଯାଇ ଆନ୍ଦୋଳନ ଚଳାଇଥିବାରୁ ଚିନ୍ତାରେ ଥିଲେ ସରକାର । ଆନ୍ଦୋଳନରତ ଅମଲାଙ୍କ ଛୁଟି ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ପରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ ସରକାର ।

Advertisment

ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରିବା ସହ ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ । ଏଥିସହ କ୍ୟାଡର ପୁନର୍ଗଠନ ରାଜସ୍ବ ବିଭାଗ ଅଧୀନ ନୁହେଁ, ଏହା ଜିଏ ବିଭାଗକୁ ଯାଇଛି, ଅପେକ୍ଷା ନ କରି ଛୁଟିରେ ରହିଲେ ଏହା ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ ସଫା ଶୁଣାଇ ଦେଇଥିଲେ । ହେଲେ ସଂଘ ମନ୍ତ୍ରୀଙ୍କ କଥାକୁ କର୍ଣ୍ଣପାତ ନକରି ଆନ୍ଦୋଳନ ଜାରି ରଖିଥିଲା । ତା’ ସହ ନାର୍ଯ୍ୟଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ, କୌଣସି ପରିସ୍ଥିତିରେ ବି ହଟିବାର ପ୍ରଶ୍ନ ଉଠୁନି ବୋଲି କହିଥଲେ ଓଡ଼ିଶା ରାଜସ୍ବ ଅମଲା ସଂଘ ସଭାପତି ।

ହେଲେ ବର୍ତ୍ତମାନ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସରକାରଙ୍କ ପ୍ରତିଶ୍ରୁତି ପରେ ଜିଦରୁ ହଟିଛି ସଂଘ । ଆଜିଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇଛନ୍ତି ।

Odisha Govt Strike
Advertisment
Advertisment