Advertisment

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା: କାଚ ଓ ଟିଣ ଡ଼ବାକୁ ଅନୁମତି

ରାସ୍ତାଘାଟରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ଲେରି କରିପାରିବେ ନାହିଁ ବ୍ୟବସାୟୀ। ଯଦି କେହି ଏଭଳି କରେ ତେବେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାରଠାରୁ ଏନେଇ ଜିଲ୍ଲା ସ୍ତରରେ ହେବ ଧରପଗଡ। ଏନେଇ ପେଟ୍ରୋଲ ପମ୍ପ୍ ସଂଘ ସହ ବୈଠକରେ ପରେ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଯଦି କେହି ପ୍ବାଲାଷ୍ହାଟିକରେ ପେଟ୍ରୋଲ ବିକ୍ରି କରନ୍ତି ତେବେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ହେବ।

author-image
Jnanadarsi Sahoo
no petrol in plastic bottle

no petrol in plastic bottle

ଭୁବନେଶ୍ବର: ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକ୍ବିରି କରିବା ମନା। ଏପରିକି ପେଟ୍ରୋଲ ପମ୍ପରେ ବି ପ୍ଲାଷ୍ଟିକ ବୋତଲ କି ଜାର ଧରି ଆସିଲେ ମିଳିବ ନାହିଁ ତେଲ। ଏନେଇ ବିଧିବଦ୍ଧ ଭାବରେ ନିଷ୍ପତ୍ତି ନେଇଛନ୍ତି ସରକାର। ଯଦି କେହି ଅମାନ୍ୟ କରି ତେଲ ବିକ୍ରି କରିବେ ତେବେ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାପାଳଙ୍କୁ ଏନେଇ କ୍ଷମତା ଦିଆଯାଛି ବିଭିନ୍ନ ସ୍ଥାନରେ ଧରପଗଡ କରି କାର୍ଯ୍ୟାନୁଷ୍ଠାନ ନେଇପାରିବେ। ମଙ୍ଗଳବାରଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

Advertisment

ପ୍ରଥମ ଦଫାରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଚଢାଉ ହେବ। ଯିଏ ପେଟ୍ରୋଲ ନେବେ ପ୍ଲାଷ୍ଟିକ ବଦଳରେ କାଚ କିମ୍ବା ଟିଣ ବୋତଲରେ ନେଇ ପାରିବେ। ବାହାରେ ବିକ୍ରି କରିବାକୁ  ହେଲେ କାଚ ବୋତଲ କିମ୍ବା ଟିଣ ଡବା ବ୍ୟବହାର କରିବାକୁ ପଡିବ। ହେବ । 

Odisha Govt Petrol
Advertisment
Advertisment