ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।
ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି..
ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ ।
ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।
କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଗ୍ନିବର୍ଷା ଭାଷଣ ପରେ ବିଜେଡିକୁ ଗାଦିରୁ ହଟାଇବାକୁ ବିଜେପିର ଆକ୍ସନ ପ୍ଳାନ୍ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । ଗତକାଲି ନୂଆ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଖୋଦ୍ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ, ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ନେତା ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ । ଏଣିକି ପଂଚାୟତରୁ ଲୋକସଭା ଭବନ ଯାଏଁ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ହେବ ଏବଂ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି କହିଛି ।
ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।
ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଆସନ୍ତାକାଲିଠୁ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ୟୁନିଫର୍ମ ନପିନ୍ଧିବା ନେଇ ଆଜି ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେବା ଯାଏଁ ବିନା ୟୁନିଫର୍ମରେ ସ୍କୁଲ ଯିବେ ।
କେନାଲ ଭାଙ୍ଗିଯିବା ପରେ ଜଳସେଚନ ପ୍ରକଳ୍ପ ପୂରା ଠପ୍ ହୋଇ ପଡ଼ିଛି । ପାଣି ନମିଳିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଷୀଙ୍କ ପାଇଁ ଆମ ସରକାର ବୋଲାଉଥିବା ବିଜେଡି ସରକାରରେ କିନ୍ତୁ ଚାଷୀଙ୍କ ଦୁଃଖ କେହି ଶୁଣୁନାହାନ୍ତି । ପାଣି ଲାଗି ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ କୌଣସି ଲାଭ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।
ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।
ଅନେକ ଅସମାହିତ ପ୍ରଶ୍ନ ଭିତରେ ନବ ଦାସ ହତ୍ୟା ମାମଲାର ନିଆଁ ଲିଭିବା ବଦଳରେ ବଢିବାରେ ଲାଗିଛି । ତା ସହିତ ବିବାଦ ଘେରରେ ଛନ୍ଦି ହୋଇପଡୁଛି ତଦନ୍ତକାରୀ ସଂସ୍ଥା । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ସଠିକ୍ ଦିଗରେ ହେଉନଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଜିଲ୍ଲା ନିଯୁକ୍ତି ବିନିମୟ ପରିଦର୍ଶନ ବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିବା ଆବଶ୍ୟକ । ଯାହାଫଳରେ ଖାଲି ରହିଥିବା ସରକାରୀ ପଦବୀରେ ସେମାନଙ୍କୁ ନିଯୁକ୍ତି ଦେବାର ସୁଯୋଗ ମିଳିଥାଏ ।
ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ ।
୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।
କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।
୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।
ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ
ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବାରଣ । ଆଦିବାସୀ ମେଳାରେ ପ୍ରବେଶ ନିଷେଧ । ବିଧାନସଭା ଆଗରେ ଦଉଡ଼ି ଲଗାଇ ବାଟ ବନ୍ଦ । କଣ ରାଜ୍ୟ ସରକାରଙ୍କୁ ଘାରିଛି କି ସାମ୍ବାଦିକ ଡର ?
୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି । ସୁଧମୂଳ ସହ ଏବେ ଏତେ ଟଙ୍କା ଗଣାହେବ ରାଜ୍ୟ ରାଜ୍ୟକୋଷରୁ ।
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି।
ଉଦ୍ୟାନ କୃଷିର ବିକାଶ ନାଁରେ ଯାଜପୁର ଜିଲ୍ଲାରେ ୫୫୦ ଏକର ଜମିରେ ପିଜୁଳି ବଗିଚା କରିବା ମାମଲାରେ ରାଜ୍ୟ ସରକାରଙ୍କୁ NGTଙ୍କ ଛାଟ। ଏହାକୁ ବେଆଇନ୍ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍।