ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ ନେବ ବାସ୍ତବ ରୂପ ? କେମିତି ଗଡ଼ିବ ମେଟ୍ରୋ, ଆଉ କେଉଁ ରୁଟ୍ ଦେଇ ଯିବ ଏଲିଭେଟେଡ୍ କରିଡର । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ଚର୍ଚ୍ଚା । ଏବେ ପ୍ରସ୍ତୁତ ହେଉଛି ଡିପିଆର୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ଯୋଡିବାକୁ ଯୋଜନା କରିଛନ୍ତି ସରକାର
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି ।
ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି ।
ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।
ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।
ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ ହତ୍ୟାକାରୀ... ଆଉ ସେହି ଘଟଣାରେ ପୋଲିସ ତଦନ୍ତ କରିବାଟା ଠିକ୍ ନୁହେଁ କହିବା ସହିତ ପୋଲିସ କୌଣସି ରାଜନୈତିକ ଦଳ ଅନୁସାରେ କାମ ନକରୁ ବୋଲି କହିଛନ୍ତି ଦେବାଶିଷ ।
ପଦ୍ମପୁର ଉପ ନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ପଦ୍ମପୁରବାସୀ ଅଡ଼ି ବସିଥିଲେ । ବିଜେଡିର କିଛି ନେତା ଓ କର୍ମୀ ଏ ସମ୍ପର୍କରେ ପଦ୍ମପୁରବାସୀଙ୍କ ସହ ଆଲୋଚନା କରିଥିଲେ ।
ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍ ଢଙ୍କା ଘରେ ବିତୁଛି ଜୀବନ। ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଚଳିବାର ଦାୟିତ୍ୱ ନିଥଙ୍କ ସ୍ତ୍ରୀ ସରୋଜୀନିଙ୍କ ଉପରେ। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ସରୋଜୀନି ପର ଦୁଆରେ ମୂଲ ଲାଗିବାକୁ ଯାଉଥିବା ବେଳେ ପିଲାମାନେ ଉପାସରେ ବି ରହୁଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।
ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଜି ଲୋକାର୍ପିତ ହେବ ଟି-ସେତୁ । ବଡମ୍ବା-ଗୋପିନାଥପୁରଠାରୁ ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ ।
ଜଣେ ଯୁବକ ତାଙ୍କୁ ବିବାହ କରିବା ନିମନ୍ତେ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି ଏବଂ ମାରିବାର ଧମକ ଦେଉଛନ୍ତି। ଯାହା ଫଳରେ ୧୫ ଦିନ ହେବ ସମ୍ପୃକ୍ତ ଯୁବତୀ ଭୟରେ ଗୃହବନ୍ଦୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରି ନିଜର ସୁରକ୍ଷା ମାଗିଥିଲେ।
ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା […]