ଭୁବନେଶ୍ବର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ।
ମୋ ବାପା ହେଲେ ମୁଖ୍ୟମନ୍ତ୍ରୀ । ସାଙ୍ଗମାନେ ପାର୍ଟି ମାଗିଲେଣି କିନ୍ତୁ ବାପା ବର୍ତ୍ତମାନ ବ୍ୟସ୍ତ ଥିବେ । ସେ ଆସିଲେ ତାଙ୍କୁ ପାର୍ଟି ମାଗିବି । ତାଙ୍କୁ ଶୁଭେଚ୍ଛା ଜଣାଇବି ।
ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ ।
ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ଙ୍କ ପକ୍ଷରୁ ଚିଠି ହେଲା ।
ବିଧାୟକ ଦଳ ବୈଠକ ପୂର୍ବରୁ ବଡ଼ ବୟାନ ରଖିଛନ୍ତି ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ରହିଛି। ଏହାରି ଭିତରେ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି।
ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।
ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ 'କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା ।
ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ ।
ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍ଶ୍ରୀରେ ବ୍ୟବସ୍ଥା ରହିଛି ।
ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।
ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।
ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।
ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି ଏବଂ ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି ।
ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି ଏବଂ ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି ।
ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ...
ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ...