Advertisment

ଆସିଲା ନୂଆ ପଞ୍ଜିକା: ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା

ଉତ୍କଳୀୟ ନବବର୍ଷ ଅବସରରେ ଆଜିଠୁ ରାଜ୍ୟରେ ପ୍ରଚଳନ ହୋଇଛି ନୂଆ ପଞ୍ଜିକା। ଗ୍ରହ ଚଳନକୁ ଦୃଷ୍ଟିରେ ରଖି ଏ ବର୍ଷ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ନେଇ ଅନେକ ନୂଆ ସମାଚାର ଆଣିଛି ନୂଆ ପାଂଜିକା।

author-image
Chandan Shishu
ଅଦ୍ୟତନ ହୋଇଛି
Odia Panji 2023

New Panjika

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂତନ ପାଂଜି। ଏହି ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ଓ ଭଲ-ମନ୍ଦର ପୂର୍ବାନୁମାନ କରିଛି ନୂଆ ପଂଜିକା। ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ବପାଇଁ ଆଣିପାରେ ମିଶ୍ରିତ ଫଳାଫଳ।

Advertisment

ବିଶ୍ୱର ପଶ୍ଚିମଭାଗରେ ଶାନ୍ତି ବିରାଜମାନ ସହ ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା ରହିଛି। ବିଶ୍ୱ ସ୍ତରରେ ଉଚ୍ଚପଦସ୍ଥ ନେତୃତ୍ବଙ୍କ ନିଧନ ହେବ। ତେବେ ଭାରତ ପାଇଁ ବର୍ଷଟି ଅତି ଶୁଭଙ୍କର ହେବା ଅନୁମାନ କରାଯାଇଛି। ଭାରତର ଯିଏ ମୁଖିଆ ହେବେ, ତାଙ୍କୁ  ସାରା ବିଶ୍ବ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ବିଶ୍ବ ଗ୍ରହଣ କରିବ।

ତା ଭିତରେ ଦେଶରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ମଧ୍ୟ ରହିଛି। ଏପଟେ ଶୁକ୍ର ଓ ବୃହସ୍ପତିଙ୍କ ପାଇଁ ଓଡ଼ିଶା ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରଗତି ଓ ଏ ବର୍ଷ ଭଲ ବର୍ଷା କାରଣରୁ ରାଜ୍ୟର  କୃଷିକ୍ଷେତ୍ର ସମୃଦ୍ଧ ହେବାର ସମ୍ଭାବନା ରହିଛି। ତେବେ ରାଜନୈତିକ ଦୃଷ୍ଟିକୋଣରୁ ବର୍ଷଟି ବିବାଦମୟ ରହିବ ବୋଲି ପଂଜିକା ଗଣନା କହୁଛି।

Advertisment

ଗ୍ରହ ଚଳନ ସ୍ଥିତି ଦୃଷ୍ଟିରୁ ଏ ବର୍ଷ ବିଶ୍ୱବାସୀ ୪ଟି ଗ୍ରହଣ ଦେଖିବେ। ତା ଭିତରେ ଗୋଟିଏ ଚନ୍ଦ୍ରଗ୍ରହଣ ଓ ୩ଟି ସୂର୍ଯ୍ୟୋପରାଗ ସଂଗଠିତ ହେବ। ସେହିଭଳି ରାଶି ଚଳନ ଦୃଷ୍ଟିରୁ କେଉଁ ରାଶି ଶୁଭ ଓ କେଉଁ ରାଶି ଅଶୁଭ ଫଳ ପ୍ରଦାନ କରିବେ, ତାର ମଧ୍ୟ ଗଣନା କରିଛନ୍ତି ଜ୍ୟୋତିର୍ବିଦ୍। ଉତ୍କଳୀୟ ନବବର୍ଷ ଅବସରରେ ଆଜି ବିରଜା ମଣ୍ଡଳରେ ବିରଜା ପଞ୍ଜିକା ମଧ୍ୟ 
ପ୍ରଚଳନ ଆରମ୍ଭ କରାଯାଇଛି।

Mahabisuba Sankranti New Odia Panji Odia Panji
Advertisment
Advertisment