ବାପା ଚାଲିଗଲେ, ମାଁ ଚାଲିଗଲେ । ଏତେ ବଡ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । କୋମଳ ବୟସରେ ପରଘରେ ମୂଳ ଲାଗୁଛି ସରିତା । ଦୁଇ ଅନାଥ ଭାଇ ଭଉଣୀଙ୍କ ବିଷୟରେ ଜାଣିବା ଆମର ଏହି ବିଶେଷ ରିପୋର୍ଟ ନାବାଳିକା ମୁଣ୍ଡରେ ସଂସାର ବୋଝ ।
ହାତରେ ପ୍ଲାକାର୍ଡ ଧରି ଲାଲବାହିନୀ ବିରୋଧରେ ରଣ ହୁଙ୍କାର ଦେଲେ ବନବାସୀ । କିଛି ଦିନ ତଳେ ପୋଲିସ ଇନଫରମର୍ ସନ୍ଦେହରେ ଜଣେ ନିରୀହ ଭୁଞ୍ଜିଆ ବ୍ୟକ୍ତିଙ୍କୁ ମାଓବାଦୀ ମାନେ ନିର୍ମମ ହତ୍ୟା କରିଥିଲେ ।
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।
ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି ।
କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]
ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ ଯୁବକ ମନୋରଂଜନ ସରାଫ୍ ଏବଂ ଅନ୍ୟ ଜଣେ ନାବାଳକ। ଉଭୟଙ୍କୁ ଧରିଛି ଖରିଆର ପୋଲିସ। ସୂଚନା ଅନୁସାରେ ମନୋରଂଜନ ସରାଫଙ୍କଠାରୁ ବୈଭବ ୭ ହଜାର ଟଙ୍କା ଉଧାର […]
ନୂଆପଡ଼ା: ପୁଣି ମାଓ ପୋଷ୍ଟର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନିଲାଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ କରିବାକୁ ଦାବି ହୋଇଛି। ମାଓବାଦୀ ନାଁରେ ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସସପ୍ତାହକ ତଳେ ଆତ୍ମସମର୍ପଣ କରିଥିବା ସୁମିତ୍ରା […]
ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]
ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । ସିଧାସିଧା କହିଲେ, ପିସିର ମୋହ ଆଗରେ ବାବୁମାନଙ୍କ ପାଇଁ ସତେକି ତୁଚ୍ଛ ହୋଇଯାଇଛି କି ସରକାରଙ୍କ ଫାଇଭ୍-ଟି ମନ୍ତ୍ର ।
ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ ।