Advertisment

Personal Allegation In Nuapada Bypoll: ଉପନିର୍ବାଚନରେ ହଜିଗଲା ଲୋକଙ୍କ ସମସ୍ୟା: ତେଜିଲା ବ୍ୟକ୍ତିଗତ ଆକ୍ଷେପ ପଲିଟିକ୍ସ

ବିଜେଡି ଏମ୍ଏଲ୍ଏ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନରେ ସମବେଦନା ଭୋଟ ପାଇଁ ବିଜେଡି ଓ ବିଜେପି କଡା ପ୍ରତିଯୋଗିତାରେ ରହିଛନ୍ତି। ପ୍ରଚାର ମୈଦାନରେ ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପରେ ମାତିଥିବା ରାଜନୀତି ଚାଲୁଛି।

author-image
Saroj Kumar Jena
NO-MUDDA-NUAPADA

nuapada Photograph: (OTV)

ନୂଆପଡ଼ା ଉପନିର୍ବାଚନ ମୈଦାନରେ ହଜିଗଲାଣି ମୁଦ୍ଦା। ପ୍ରସଙ୍ଗ ଆଉ ସମସ୍ୟାକୁ ଭୁଲି ଆରୋପ ପ୍ରତ୍ୟାରୋପରେ ମାତିଛନ୍ତି ରାଜନୈତିକ ଦଳ। ଖାସ୍ କରି ରାଜୁ ଢୋଲକିଆଙ୍କ ଲିଗାସୀ ଭୋଟ ପାଇଁ ପ୍ରତିଯୋଗିତା। ନୂଆପଡା ଯାଇ ବିଜେପି ଆଉ ଜୟଙ୍କୁ ନବୀନଙ୍କ ଟାର୍ଗେଟ ପରେ ତେଜିଛି ବୟାନବାଜି ରାଜନୀତି। ଆଜି ବିଜେଡିର ମହିଳା ବିଗ୍ରେଡ ସାମ୍ନାକୁ ଆସି ଜୟ ଏବଂ ମା କଳ୍ପନାକୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା। କିନ୍ତୁ ଏସବୁ ଭିତରେ ହଜିଯାଇଛି, ଦାଦନ ଭଳି ନୂଆପଡ଼ାର ବଡ଼ ସମସ୍ୟା। 
ନୂଆପଡା ଉପନିର୍ବାଚନ ରାଜନୀତି, ଉଭେଇ ଗଲା ସମସ୍ୟା। ହଜିଗଲା ପ୍ରସଙ୍ଗ। ସିମ୍ପାଥୀ ଭୋଟ ପାଇଁ ତେଜିଲା ଆରୋପ ପ୍ରତ୍ୟାରୋପ ପଲିଟିକ୍ସ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଲିଗାସୀ ଭୋଟ ନେବାକୁ ପ୍ରତିଯୋଗିତା।  ପ୍ରଚାର ମୈଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଏବଂ ବିଜେପିକୁ ନବୀନଙ୍କ ଟାର୍ଗେଟ ପରେ ବଢିଛି ବିଜେଡି-ବିଜେପି ଭିତରେ ବୟାନବାଜି। ଉଭୟ ଢୋଲକିଆ ମା ପୁଅ ବିଜେଡି ଏବଂ ନବୀନଙ୍କୁ କାଉଣ୍ଟର ଆଟାକ ପରେ ଆଜି ସାମ୍ନାକୁ ଆସିଥିଲେ ବିଜେଡିର ମହିଳା ବ୍ରିଗେଡ। ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ଟୁକୁନି ସାହୁ, ଅଳକା ମହାନ୍ତି ଏବଂ ଦିପାଲି ଦାସ। ମିଳିତ ସାମ୍ବାଦିକ ସମ୍ମିଳନୀ କରି ଜୟ ଏବଂ ମା କଳ୍ପନାଙ୍କୁ କରିଛନ୍ତି ଟାର୍ଗେଟ। କହିଛନ୍ତି, ନବୀନ ବାବୁ କାହାକୁ ଅବହେଳା କରିନାହାନ୍ତି। କଳ୍ପନା ଭାଉଜ ଛାତିରେ ହାତ ରଖି କୁହନ୍ତୁ ନବୀନ ତାଙ୍କୁ ସୁଯୋଗ ଦେଇଥିଲେ କି ନାହିଁ । ଏହା ସହ ଚାଣକ୍ୟଙ୍କ ଶ୍ଲୋକ ଏକପୁତ୍ର ଶ୍ରେୟସ୍କର ବରଂ ଏକାଧିକ ପୁତ୍ର ଅପେକ୍ଷା ବୋଲି କହି ଜୟଙ୍କୁ କରିଛନ୍ତି ଟାର୍ଗେଟ। ଜବାବରେ ବିଜେପି ନେତା ବସନ୍ତ ପଣ୍ଡା କହିଛନ୍ତି, ବ୍ୟକ୍ତିଗତ ଆକ୍ଷେପ ଠିକ୍ ନୁହେଁ। ଜୟ ଢୋଲକିଆଙ୍କୁ ମୂଲ୍ୟାଙ୍କନ କରିବାକୁ ବିଜେଡି ନେତ୍ରୀ କିଏ।

Advertisment

ଉପନିର୍ବାଚନ ମୈଦାନରେ ଏସବୁ ରାଜନୈତିକ ବୟାନ ବାଜି ଭିତରେ ଯେଭଳି ହଜି ଯାଇଛି ନୂଆପଡାର ମୌଳିକ ପ୍ରସଙ୍ଗ ଆଉ ଗ୍ରାଉଣ୍ଡ ଜିରୋରେ ଥିବା ସମସ୍ୟା କଥା। ନା କିଏ ବିକାଶ କଥା କହୁଛି ନା କିଏ ବୁଝୁଛି କପା ଚାଷୀଙ୍କ ଦୁଃଖ, କି ଧାନଚାଷୀଙ୍କ କଟନୀଛଟନୀ । ମକା ଚାଷୀଙ୍କୁ ମିଳୁନି ଉଚିତ ଦାମ୍। ପାନୀୟ ଜଳ ସମସ୍ୟା ବି ରହିଛି। ନୂଆପଡାରେ ସରକାରୀ ଡିଗ୍ରୀ କଲେଜଟିଏ ନଥିବା ବେଳେ କୌଣସି ଟେକ୍ନିକାଲ ପାଠ ପଢିବାକୁ ହେଲେ ଜିଲ୍ଲା ବାହାରକୁ ଯିବାକୁ ହେବ। ଏସବୁ ବାଦ୍ ସବୁଠୁ ବଡ ସମସ୍ୟା ହେଲା ଦାଦନ ।  ହେଲେ ସେ ମୁଦ୍ଦାକୁ ବି କେହି ଆଲୋଚନା କରୁନାହାନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ମୁଦ୍ଦା ଭୁଲି ବୟାନବାଜି କରିବା ମହଙ୍ଗା ହୋଇପାରେ।

nuapada bypoll Nuapada
Advertisment
Advertisment