ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ ।
ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା । ପ୍ରତିମାସ ମାଲିକ ଦେଉଛନ୍ତି ୫ ହଜାର ! ବର୍ଷେ କି ୨ ବର୍ଷ ନୁହେଁ ବରଂ ୪୦ ବର୍ଷର ହିସାବ ମାଗିଲା ବେଳକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବିଜେଡି ନେତା ଏନ.ଭାସ୍କର ରାଓ
ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।
୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍ ଖୋଜୁଥିଲା।
ଯେଉଁ ଏକେ ୪୭ ରାଇଫଲ୍କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ।