Advertisment

Chhattisgarh closer to freedom from Naxal menace: ନକ୍ସଲ ମୁକ୍ତ ହୋଇଯିବ ଛତିଶଗଡ଼, ବସ୍ତରରୁ ଆତ୍ମସମର୍ପଣ କଲେ ୨୦୮ ସଶସ୍ତ୍ର ନକ୍ସଲ

ମାଓବାଦୀମାନେ ତ୍ୟାଗ କରିଛନ୍ତି ୧୫୩ଟି ବନ୍ଧୁକ। ଯାହା ଭିତରେ ଅଛି ଏଲଏମ୍ଜି, ଏକେ-୪୭, ଇନସାସ୍ ଓ ଏସଏଲଆର ଗନ୍। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି- ଦିନକରେ ୨ଶହରୁ ଅଧିକ ମାଓବାଦୀ ସରେଣ୍ଡର କରିବା ଏକ ଇତିହାସ।

author-image
Tapan Swain
NAXAL SURRENDER

NAXAL SURRENDER Photograph: (OTV)

ଦେଶରେ ଶେଷ ନିଶ୍ବାସ ନେଉଛି ନକ୍ସଲବାଦ। ଛତିଶଗଡ଼ରେ ସବୁଠୁ ବଡ଼ ନକ୍ସଲ ଆତ୍ମସମର୍ପଣ ପରେ ଯେମିତି ସ୍ପଷ୍ଟ ହେବାରେ ଲାଗିଛି ଗୃହମନ୍ତ୍ରୀ ଅମିତ ଶାହଙ୍କ ଏ ଦମ୍ଭୋକ୍ତି। ଗତକାଲି ୧୭୦ ପରେ ଆଜି ଛତିଶଗଡ଼ ଜଗଦଳପୁରରେ ବସ୍ତର ଜିଲ୍ଲାରୁ ୨୦୮ ସଶସ୍ତ୍ର ନକ୍ସଲ ସରେଣ୍ଡର କରିଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ରୂପେଶ ନେତୃତ୍ୱରେ ୧୫୩ଟି ମାରଣାସ୍ତ୍ର ସହ ଏତେ ସଂଖ୍ୟାକ ମାଓବାଦୀଙ୍କ ଆତ୍ମସମର୍ପଣ, ମୋଦି ସରକାରଙ୍କ ନକ୍ସଲ ମୁକ୍ତ ଭାରତ ସ୍ବପ୍ନର ସଫଳତା ଦିଗରେ ବଡ଼ ପ୍ରମାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।...

Advertisment

ଅହର୍ନିଶି ଯେଉଁ ହାତ ବନ୍ଧୁକ ଧରୁଥିଲା ଆଜି ଗୋଲାପ ଧରିଛି ।  ବାଟ ହୁଡ଼ି ଯିଏ ହିଂସାକୁ ମନ୍ତ୍ର କରିଥିଲା, ଆଜି ସମ୍ବିଧାନକୁ ଆପଣାଇଛି ।
ଏମାନେ ଛଡ଼ିଶଗଡ଼ ବସ୍ତର ଜିଲ୍ଲାର ଦୁର୍ଦ୍ଧର୍ଷ ନକ୍ସଲ। ସରକାରଙ୍କ ଆହ୍ବାନକ୍ରମେ ଆତ୍ମସମର୍ପଣ କରିଛନ୍ତି ୨୦୮ ଜଣ ଦଣ୍ଡକାରଣ୍ୟ ଡିଭିଜନ୍ ସଦସ୍ୟ। ଜଗଦଲପୁର ପୋଲିସ୍ ଲାଇନ୍ ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ ଏମାନେ ନୂଆ ଜୀବନ ଆରମ୍ଭର ଶପଥ ନେଇଛନ୍ତି। ଯାହାଙ୍କ ଭିତରେ ରହିଛି ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ। ତା ନାଁରେ ୫୦ଲକ୍ଷର ପୁରସ୍କାର ଥିଲା।

ମାଓବାଦୀମାନେ ତ୍ୟାଗ କରିଛନ୍ତି ୧୫୩ଟି ବନ୍ଧୁକ। ଯାହା ଭିତରେ ଅଛି ଏଲଏମ୍ଜି, ଏକେ-୪୭, ଇନସାସ୍ ଓ ଏସଏଲଆର ଗନ୍। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି- ଦିନକରେ ୨ଶହରୁ ଅଧିକ ମାଓବାଦୀ ସରେଣ୍ଡର କରିବା ଏକ ଇତିହାସ। ଯେଉଁ ବସ୍ତରର ବିକାଶ ପାଇଁ ସେମାନେ ଲଢ଼େଇ କରୁଥିଲେ ଏବେ ସେ ଦାୟିତ୍ବ ଆମର।...
 
କାଲି ୧୭୦, ଆଜି ୨୦୮। ମାତ୍ର ଦୁଇ ଦିନରେ ବସ୍ତରରେ ୩୭୮ ନକ୍ସଲଙ୍କ ସରେଣ୍ଡର ଛତିଶଗଡ଼ ପୋଲିସ ପାଇଁ ବଡ଼ ସଫଳତା। ଏଥିସହ ସେଠି ୬ରୁ ଏବେ ୩କୁ ଖସି ଆସିଛି ନକ୍ସଲ ଅଧ୍ୟୁଷିତ ଜିଲ୍ଲା। ସେଗୁଡ଼ିକ ହେଲା ବିଜାପୁର, ସୁକମା ଓ ନାରାୟଣପୁର। ତେଣେ ଛତିଶଗଡ଼ ସରେଣ୍ଡରରୁ ହିଁ ସ୍ପଷ୍ଟ ବାରି ହେଇ ପଡୁଛି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମୋଦି ସରକାର ଦେଖିଥିବା ନକ୍ସଲ ମୁକ୍ତ ଭାରତର ସ୍ବପ୍ନ। ତାସହ ଦେଶରେ ମାଓବାଦ ଶେଷ ନିଶ୍ବାସ ନେଉଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦମ୍ଭୋକ୍ତି ବି ସତ ହେବାକୁ ଯାଉଛି।

Advertisment

ଗୃହ ବିଭାଗର ତଥ୍ୟ ଅନୁସାରେ- ଗଲା ବର୍ଷକ ଭିତରେ ଦେଶରେ ୩୧୨ କ୍ୟାଡର ମାଓନେତା ନିପାତ ହେଲେଣି। ଯାହାଙ୍କ ଭିତରେ ଅଛନ୍ତି ସାଧାରଣ ସଂପାଦକ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କ ସହ ୮ ପଲଟିବ୍ୟୁରୋ ସଦସ୍ୟ। ସଫା ହୋଇଥିବା ଟପ୍ ମାଓନେତାଙ୍କ ମଧ୍ୟରେ ଅଛନ୍ତି- କାଟ୍ଟା ରାମଚନ୍ଦ୍ର ରେଡ୍ଡୀ ଓରଫ ରାଜୁ ଦାଦା, ଅରୁଣା, ଚଲପତି, କିଶନଜୀ ଓ ନାମ୍ବଲା କେଶବ ରାଓ ଓରଫ୍ ବାସବରାଜୁ ପ୍ରମୁଖ। ସେମିତି ୮୩୬ଜଣ ନକ୍ସଲ ଗିରଫ ହୋଇଥିବାବେଳେ ୧୮ଶହରୁ ଅଧିକ ଆତ୍ମସମର୍ପଣ କଲେଣି।

ମାର୍ଚ୍ଚ ୨୦୨୫ରେ ୧୨୬ ଜିଲ୍ଲାରୁ ମାଓ ହିଂସା ଖବର ଆସିଥିବାବେଳେ ଏବେ ତାହା ୧୧କୁ ଖସିଲାଣି। ତେବେ ଏଠି ପ୍ରଶ୍ନ- କାହିଁକି ଅସ୍ତ୍ରତ୍ୟାଗ କରୁଛନ୍ତି ଏତେ ସଂଖ୍ୟାରେ ମାଓବାଦୀ ? ଦକ୍ଷ ନେତୃତ୍ବର ଅଭାବ ନା କେନ୍ଦ୍ର ସରକାରଙ୍କ ବଡ଼ ଥଇଥାନ ନୀତି ? ପୂର୍ବତନ ପୋଲିସ ଡିଜି ଦୁଇଟି ଯାକକୁ ସଠିକ୍ ବୋଲି ଦର୍ଶାଇଥିବାବେଳେ ମାଓ ଅଞ୍ଚଳର ବିକାଶକୁ ଅଧିକ ଫୋକସ୍ କଲେ ନକ୍ସଲବାଦ ମୂଳପୋଛ ହୋଇଯିବ ବୋଲି କହିଛନ୍ତି।... ଏବେ ଦେଖିବାର କଥା ଆସନ୍ତା ୩୧ ମାର୍ଚ୍ଚ ସୁଦ୍ଧା ମୋଦି ସରକାରଙ୍କ ନକ୍ସଲ ମୁକ୍ତ ଭାରତ ଆହ୍ବାନ, କେତେ ସଫଳତା ପାଉଛି।...

Naxal Naxal Surrender
Advertisment
Related Articles
Advertisment