/odishatv-khabar/media/media_files/2026/02/27/yb-khurania-2026-02-27-15-03-44.jpg)
YB KHURANIA Photograph: (OTV)
ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍ ପରିଣାମ ଭୋଗିବ। ମାଓବାଦୀଙ୍କୁ ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ଡିଜିପି କହିଛନ୍ତି, ନକ୍ସଲ ବନ୍ଧୁକ ନଛାଡ଼ିଲେ ଯେସାକୁ ତେସା ନୀତି ଆପଣାଇବ ଓଡ଼ିଶା ପୋଲିସ ।
କନ୍ଧମାଳ ଦାରିଙ୍ଗବାଡ଼ିରେ ମାଓନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେସନ ଚାଲିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ଆସନ୍ତା ମାର୍ଚ୍ଚକୁ ଧାର୍ଯ୍ୟ କରାଯାଇଛି । ଡେଡଲାଇନକୁ ଦୃଷ୍ଟିରେ ରଖି ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।
ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି। ଏହା ସହ ହତିଆର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ।
ମାଓବାଦୀଙ୍କୁ ଡିଜିପିଙ୍କ ଚେତାବନୀ
`SOG ଯବାନଙ୍କ ଅପରେସନର ଭୟଙ୍କର ପରିଣାମ ଭୋଗିବ'
'କନ୍ଧମାଳ ଦାରିଙ୍ଗବାଡ଼ିରେ ଜୋରଦାର ଅପରେସନ ଚାଲିଛି'
'ମାଓନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେସନ ଚାଲିଛି'
ଡେଡ୍ ଲାଇନ୍ ପୂର୍ବରୁ ଓଡ଼ିଶା ମାଓମୁକ୍ତ ହେବ- ଡିଜିପି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)