Advertisment

Maoist Leader Shukru on the Run: ମାଓନେତା ଶୁକ୍ରୁକୁ ଖୋଜୁଛି ସୁରକ୍ଷା ବାହିନୀ, ଆତ୍ମସମର୍ପଣ ପାଇଁ ପରିବାରର ନିବେଦନ

ପ୍ରଥମେ ମାଲକାନଗିରି ଅଞ୍ଚଳରେ ସକ୍ରିୟ ଥିବା ଶୁକ୍ରୁ ପରେ ଛତିଶଗଡ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରିଥିଲା। ବର୍ତ୍ତମାନ ସେ କନ୍ଧମାଳ ଅଞ୍ଚଳରେ ତା ଦଳ ସହ ସକ୍ରିୟ ରହିଥିବା ସୂଚନା ମିଳିଛି।

author-image
Tapan Swain
Mao Leader

Mao Leader Photograph: (OTV)

ଗୋଟିଏ ପଟେ ମାଓନେତା ଶୁକ୍ରୁକୁ ଖୋଜୁଛି ସୁରକ୍ଷାବାହିନୀ, ଅନ୍ୟପଟେ ଶୁକ୍ରୁର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଓ ସମ୍ପର୍କୀୟ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳର କୁରୁବ ଗାଁରେ ମାଓନେତା ଶୁକ୍ରୁର ଘର। ସେଠାରେ ତାର ପୂରା ପରିବାର ବସବାସ କରୁଛନ୍ତି। କିନ୍ତୁ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ହେଲା ଶୁକ୍ରୁ ମାଓ ସଂଗଠନରେ ସାମିଲ ହୋଇଛି।

Advertisment

ପ୍ରଥମେ ମାଲକାନଗିରି ଅଞ୍ଚଳରେ ସକ୍ରିୟ ଥିବା ଶୁକ୍ରୁ ପରେ ଛତିଶଗଡ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରିଥିଲା। ବର୍ତ୍ତମାନ ସେ କନ୍ଧମାଳ ଅଞ୍ଚଳରେ ତା ଦଳ ସହ ସକ୍ରିୟ ରହିଥିବା ସୂଚନା ମିଳିଛି। ଏହି ପରିସ୍ଥିତିରେ ରାଜ୍ୟ ପୋଲିସ ପକ୍ଷରୁ ଶୁକ୍ରୁଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରାଯାଇଛି।

ସାଧାରଣ ଜୀବନକୁ ଫେରିବାକୁ ପୋଲିସର ପରାମର୍ଶ 

ସରକାରଙ୍କ ପୁନର୍ବାସ ନୀତିର ଲାଭ ନେଇ ସାଧାରଣ ଜୀବନକୁ ଫେରିବାକୁ ପୋଲିସ ପରାମର୍ଶ ଦେଇଛି। କିନ୍ତୁ ଏପର୍ଯ୍ୟନ୍ତ ଶୁକ୍ରୁ ପୋଲିସର ଏହି ଆହ୍ୱାନକୁ ଗ୍ରହଣ କରିନାହିଁ ଓ ନିଜ ଟିମ୍ ସହ ମାଓ କାର୍ଯ୍ୟକଳାପରେ ସକ୍ରିୟ ରହିଛି। ଏପଟେ ପରିବାର ଲୋକେ ମଧ୍ୟ ଆତ୍ମସମର୍ପଣ ପାଇଁ ନିବେଦନ କରିଛନ୍ତି। 

Advertisment


ମାଓନେତା ଶୁକ୍ରୁକୁ ଖୋଜୁଛି ସୁରକ୍ଷାବାହିନୀ
ଶୁକ୍ରୁର ଫେରିବା ବାଟକୁ ଚାହିଁ ରହିଛି ପରିବାର
୩ ଦଶନ୍ଧି ଧରି ମାଓ ଦଳରେ ସକ୍ରିୟ ଶୁକ୍ରୁ
ଆତ୍ମସମର୍ପଣ ପାଇଁ ପୋଲିସର ଆହ୍ବାନ
ମାଲକାନଗିରିରୁ କନ୍ଧମାଳ ପର୍ଯ୍ୟନ୍ତ ସକ୍ରିୟ ଶୁକ୍ରୁ
ଶୁକ୍ରୁଙ୍କୁ ଆତ୍ମସମର୍ପଣ ପାଇଁ ପରିବାରର ନିବେଦନ

Police Naxal
Advertisment
Related Articles
Advertisment