ସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ।
ସୂଚନା ମୁତାବକ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ହତ୍ୟା କରିଥିଲେ ଅପହର୍ତ୍ତା ।
ଜଣେ ୮ ବର୍ଷର ଝିଅକୁ ଛୁରୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ସୂଚନା ଅନୁଯାୟୀ, ଇକବାଲ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସେ ଗାଡ଼ି ଚଳାଇବାକୁ ଯାଇ ଘରକୁ ଫେରନ୍ତି । ଅଭାବ ଅନାଟନ ଭିତରେ ଇକବାଲଙ୍କ ତେଲଲୁଣ ସଂସାର ଚଳେ । ପରିବାର କହିଲେ ଇକବାଲ, ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ ।
ଏ ଖବର ଶୁଣିଲା ମାତ୍ରେ ସମସ୍ତଙ୍କ ଦେହ ଶୀତେଇ ଉଠୁଛି ।
ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ।
ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି ।
ପଡିଆ ଭିତରେ ଛୁରୀରେ ଆକ୍ରମଣ, ବ୍ୟାଟରେ ବାଡେଇ ବାଡେଇ ହତ୍ୟା । ତାହା ପୁଣି ଜଣେ ଅମ୍ପାୟାରଙ୍କୁ । ଗାଁ କ୍ରିକେଟରେ ଏଭଳି ବଡ ଅଘଟଣ ଘଟିଛି ଚୌଦ୍ୱାର ଥାନା ମହିଁଶାଲଣ୍ଡାରେ । ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ପ୍ରଥମେ ଯୁକ୍ତିତର୍କ ପରେ ରକ୍ତାକ୍ତ ସଂଘର୍ଷ ଘଟିଛି ।
ଭୁଲ୍ ନିଷ୍ପତ୍ତି ଯୋଗୁଁ ଚାଲିଗଲା ଅମ୍ପାୟାରଙ୍କ ଜୀବନ । ଏଭଳି କିଛି ଅଭାବନୀୟ ଘଟଣା କଟକ ଚୌଦ୍ୱାରରେ ଦେଖିବାକୁ ମିଳିଛି ।
ଭୁବନେଶ୍ୱରର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି।
ମନ୍ତ୍ରୀ ନବଦାସ ଗୁଳିକାଣ୍ଡ ହେଉ କି ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ଜଘନ୍ୟ ହତ୍ୟା। ଝାରସୁଗୁଡ଼ା ଜିଲ୍ଲା ପାଇଁ ଏ ଦୁଇଟି ଯାକ କଳଙ୍କିତ ଘଟଣାର ତାରିଖ ସମାନ...
ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।
ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲାରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍।
ମାଂସ ପାଇଁ ଝଗଡ଼ା ହେବାରୁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ ।
ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ OYO Rooms ରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି
ସ୍ତ୍ରୀକୁ ହତ୍ୟା ପରେ ଶବକୁ ୩ ଖଣ୍ଡ କଲା ଓ ମାଟି ତଳେ ଏସବୁକୁ ପୋତି ଦେଲା ଜହ୍ଲାଦ ସ୍ୱାମୀ। ଯାହାକୁ ଭରସା କରିଥିଲେ, ଦିନେ ସେ ହିଁ ଜୀବନ ନେଇଯିବ ବୋଲି ସେ ଜାଣିନଥିଲେ।
ସୁନା ଚେନ୍ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବିତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।
ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା। ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା।
ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।
ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା।
ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାଏକ ।
ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
ଭାଇକୁ ମାରିଲା ଭାଇ । ସମ୍ପର୍କ ନୁହେଁ ଭାଇ ପାଇଁ ବଡ଼ ହୋଇଗଲା ଟଙ୍କା ।