/odishatv-khabar/media/media_files/2025/10/19/pitabas-panda-2025-10-19-13-18-25.jpg)
PITABAS-PANDA Photograph: (OTV)
ଘନ ଘନ ଜେରା, ଓଡିଶାରୁ ଦିଲ୍ଲୀ...ଚାରିଆଡେ ଖୋଳତାଡ… କିଏ ଓ କାହିଁକି ମାରିଲା ? ଥିଲା କି ଶତ୍ରୁତା ? ଅଛି କି କିଛି ବଡ ଲିଙ୍କ୍ ? ୧୧ ଦିନ ହେଲାଣି ଚାଲିଛି ଜୋରଦାର ତନଘନା । ଆଉ ଏସବୁ ଭିତରେ ପୀତବାସ ପଣ୍ଡା ମର୍ଡର ମାମଲାରେ ଆସିଛି ଏକ ବଡ ଅପଡେଟ । ଜଣେ ପୂର୍ବତନ କର୍ପୋରେଟର ଓ ଜଣେ ଛାତ୍ରଙ୍କୁ ଉଠାଇ ଆଣିଛି ପୋଲିସ ।
ହେଲେ କିଏ ସେ କର୍ପୋରେଟର ? ପୀତବାସଙ୍କ ମର୍ଡରରେ ରହିଛି କି ଲିଙ୍କ ? ସେ ଛାତ୍ର ନେତା ଜଣକ ବି କିଏ ? ସେନେଇ କିଛି ସ୍ପଷ୍ଟ ହୋଇନି । ହେଲେ ଦୁଇ ଦିନ ହେଲାଣି ସେହି ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାର ମିଳିଛି ସୂଚନା । କିଛି ପୁରୁଣା କ୍ରିମିନାଲଙ୍କୁ ମଧ୍ୟ ଅଟକ ରଖି ଚାଲିଛି ପଚରାଉଚରା ।
୨ ଦିନ ତଳେ ଧରାପଡିଥିଲେ ଦୁଇ ସାର୍ପସୁଟର । ଦୁହିଁଙ୍କୁ ବିହାରରୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ । ତଥାପି ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ହଟୁନି ସସପେନ୍ସ ।
ହତ୍ୟାକାଣ୍ଡକୁ ୧୧ ଦିନ ବିତିଗଲାଣି । ଏବେ ଯାଏଁ ବି ଧରାପଡ଼ିନି ମାଷ୍ଟରମାଇଣ୍ଡ । ଘନ ଘନ ଜେରା, ପଚରାଉଚରା କରିବା ପରେ ବି ପୋଲିସ୍ ହାତ ଖାଲି । ଓଡିଶାରୁ ଦିଲ୍ଲୀ, ବିହାର, କୋଲକାତା, ସବୁଠୁ ଚାଲିଛି ଖୋଳତାଡ । ୧୦୦ରୁ ଅଧିକ ଲୋକଙ୍କୁ ସରିଲାଣି ଜେରା । ହେଲେ କେଉଁଠି ଲୁଚିଛି ମର୍ଡରର, ପୀତବାସଙ୍କୁ ମାରିବା ପଛର କ'ଣ ହୋଇପାରେ କାରଣ, ତାହା ଏବେ ବି ରହସ୍ୟ । ଏହା ପଛରେ କେହି ପ୍ରଭାବଶାଳୀଙ୍କ ହାତ ଥାଇପାରେ ବୋଲି କରାଯାଉଛି ସନ୍ଦେହ । ବର୍ତ୍ତମାନ ବ୍ରହ୍ମପୁର ପୋଲିସ ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତାଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ବେଳେ ଖୁବଶୀଘ୍ର ଏ ମାମଲାର ହୋଇପାରେ ଖୁଲାସା ।
ଗତ କୁମାର ପୂର୍ଣ୍ଣିମା ଅର୍ଥାତ ୭ ତାରିଖ ଦିନ ବ୍ରହ୍ମପୁର ବୈକୁଣ୍ଠ ନଗରରେ ପୀତବାସଙ୍କ ଘର ପାଖରେ ତାଙ୍କୁ ଗୁଳି ମାରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । କେବେ ଏହି ମାମଲାର ଖୁଲାସା ହେବ ତାକୁ ହିଁ ଅପେକ୍ଷା... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)