• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା ସଂକ୍ରମଣ । ଆଜି ଦିନକରେ ୫୩୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨,୮୧୪କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣକୁ ଆଖି ଆଗରେ ରଖି ଅନେକ ରାଜ୍ୟ ସଚେତନ ହେବା ସହ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ତେବେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ତଭିୟ ଏନେଇ ସମୀକ୍ଷା ବୈଠକ କରି ସବୁ ରାଜ୍ୟକୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି । ପୂର୍ବରୁ ପୁଡୁଚେରୀ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏବେ ସମାନ ପଦକ୍ଷେପ ନେଇଛନ୍ତି ହରିୟାଣା ସରକାର। ଏହାଛଡ଼ା କେରଳରେ ମଧ୍ୟ ମାସ୍କ ଲାଗୁ କରାଯାଇଛି ।

ହରିୟାଣା ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏନେଇ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ କଡ଼ାକଡ଼ି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏବେ ହରିଆଣାରେ ଦୈନିକ ୪୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛି। ଗୁରୁଗ୍ରାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ପୁଣିଥରେ ଦେଶରେ ୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ମାତ୍ର ୬୫୯ ଡୋଜ୍‌ର ଟିକାକରଣ ହୋଇଛି । ଏହାକୁ ମିଶାଇ ଦେଶରେ ୨୨୦.୬୬ କୋଟି ଡୋଜ୍‌ର ଟିକାକରଣ ଶେଷ ହେଲାଣି । ୯୫.୨୧ କୋଟିର ସେକେଣ୍ଡ ଡୋଜ୍‌ର ଟିକାକରଣ ହୋଇଥିବା ବେଳେ ବୁଷ୍ଟର ଡୋଜ୍‌ ୨୨.୮୭ କୋଟି ଲୋକ ନେଇଛନ୍ତି । ଦିନକରେ ୩,୭୨୬ ଜଣଙ୍କ ଲୋକ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ।