ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ
ସୋସିଆଲ ମିଡିଆରେ ଛାୟୀ ହୋଇ ଯାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ । କ୍ରିକେଟ ଆଇକନ୍ ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ସହ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ ଧୋନିଙ୍କ ନୂଆ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ […]
ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]