/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720358297.jpg)
Mahendra Singh Dhoni
ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଅଧିନାୟକ, ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି । ଆଜି ହେଉଛି ତାଙ୍କ ୪୩ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ । ଧୋନିଙ୍କ ଜନ୍ମଦିନର ଏକ ଫଟୋକୁ ନେଇ ବେଶ୍ ଚର୍ଚ୍ଚା । ଯେଉଁଥିରେ ପତ୍ନୀ ସାକ୍ଷୀ ଧୋନିଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଧୋନିଙ୍କ ଜନ୍ମଦିନ ସେଲିବ୍ରେସନ୍ କରିଛନ୍ତି ପତ୍ନୀ ସାକ୍ଷୀ ଧୋନି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପତ୍ନୀ ସାକ୍ଷୀ ଧୋନି କେକ୍ କାଟି ମାହିଙ୍କ ଜନ୍ମଦିନ ସେଲିବ୍ରେସନ୍ କରୁଥିଲେ । ସେହି ସମୟରେ ସାକ୍ଷୀ ମାହିଙ୍କ ପାଦ ଧରି ପ୍ରଣାମ କରୁଛନ୍ତି ଓ ମାହି ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ସହ ମୋଦିଙ୍କ ଆଲୋଚନା, ଖେଳାଳି ଶୁଣାଇଲେ ସଫଳତାର କାହାଣୀ
ଧୋନିଙ୍କ ଜନ୍ମଦିନରେ ସଲମାନ ଖାନ ମଧ୍ୟ ପହଞ୍ଚିଛନ୍ତି । ଏହା ସମସ୍ତଙ୍କୁ ଚକିତ କରିଛି । ଧୋନିଙ୍କ ଜନ୍ମଦିନ ଭିଡିଓରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଦେଖିବାକୁ ମିଳୁଛି । ପ୍ରଥମେ ଧୋନି କେକ୍ କାଟୁଥିବା ଦେଖାଯାଉଛି, ଏହା ପରେ ସେ ନିଜ ପତ୍ନୀଙ୍କୁ କେକ୍ ଖାଇବାକୁ ଦେଉଛନ୍ତି।
ଧୋନିଙ୍କ ପାଦ ଛୁଇଁ ସାକ୍ଷୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତା’ପରେ ଧୋନି ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ କେକ୍ ଖାଇବାକୁ ଦେଉଛନ୍ତି । ଧୋନିଙ୍କ ଜନ୍ମଦିନର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେବା ଜାରି ରଖିଛନ୍ତି।
ଜୁଲାଇ ୭ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଗତକାଲି ଠାରୁ ତାଙ୍କୁ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କ୍ରିକେଟ ଜଗତରେ କିମ୍ବଦନ୍ତୀ ପାଲଟିଛନ୍ତି ଧୋନି । ଆଇପିଏଲ୍କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍ ଫର୍ମାଟ୍ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)