ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।
ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।
ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର।
ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।
୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି !
ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।
ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ଦ୍ୱାରା ଆୟୋଜିତ ଆଲୋଚନଚକ୍ରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଓଡ଼ିଆ ସ୍ଥାପତ୍ୟ ଓ କୀର୍ତ୍ତିରାଜି ଅନନ୍ୟ ଓ ଚିତାକର୍ଷକ ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା ।
ସେବାୟତଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଯାତ ବା ହାଣ୍ଡିଭଙ୍ଗା ଯାତ। କ୍ରମାଗତ ୮ ବର୍ଷ ଧରି ବନ୍ଦ ହୋଇଛି ଏହି ଯାତ । କପିଳେଶ୍ୱର ଯାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମହାଶିବରାତ୍ରି ପରେ ଶନି ମୋଚନ କରିବାକୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସୁଥିବା ମଧ୍ୟ କେହି କେହି ପ୍ରକାଶ କରନ୍ତି...ତେବେ ଏସନ ପୁଣି ଥରେ ବନ୍ଦ ହୋଇଛି ଯାତ୍ରା
ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି ।
ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର ।
ଗତକାଲି ସଂଧ୍ୟା ଧୂପଠାରୁ ସମସ୍ତ ନୀତିକାନ୍ତି ବନ୍ଦ, ଆଜି ପୂଜା ହେବା ନେଇ ଉପୁଜିଛି ଆଶଙ୍କା...
ଲିଙ୍ଗରାଜ ମନ୍ଦିରକୁ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାସହ ସେଠାରେ ସେ ଜଳାଭିଶେକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହିତ ଉପସ୍ଥିତ ଥିଲେ।
ଧୁମଧାମରେ ପାଳନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ବିଶାଳ ଶୋଭାଯାତ୍ରାରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ । ଉତ୍ସବମୁଖର ହୋଇ ଉଠିଥିଲା ମନ୍ଦିର ପରିବେଶ । ବିଭିନ୍ନ ପ୍ରକାର ବାଜା, ବାଣ ରୋଷଣୀ ସହ ଭଗବତ ପ୍ରେମରେ ଲୀନ ଥିଲେ ଶ୍ରଦ୍ଧାଳୁ । ବିବାହ ସମ୍ପର୍ଣ୍ଣ ପରେ ମନ୍ଦିର ଅଭିମୁଖେ ଦେବ ଦମ୍ପତି
ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ ।
ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।
ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି ।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ। ଦେଖନ୍ତୁ ଫଟୋରେ ଖବର
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି ।
ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।