Advertisment

ନଥିଲା ବାଲି, ଘିଅ ପାଇଁ ପଡ଼ିଗଲେ ସେବାୟତ

ମନ୍ଦିର ଚଢ଼ିବା ବାଟରେ ବାଲି ପକାଇବାକୁ ଭୁଲି ଯାଇଥିଲା ମନ୍ଦିର ପ୍ରଶାସନ । ବାଲି ପଡ଼ିଥିଲେ ଏଭଳି ଘଟଣା ଘଟି ନଥାନ୍ତା । ଗୋଡ଼ରେ ଘିଅ ଲାଗିବାରୁ ସେବାୟତ ଡେଇଁପଡିଲେ ।

author-image
Santosh Kumar Sahoo

ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ସିଧାସଳଖ ମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ପ୍ରତିବର୍ଷ ଶିାବରାତ୍ରୀ ସମୟରେ ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି ବୋଲି ସୁଲୋଚନା ଅଭିଯୋଗ କରିଛନ୍ତି। ସୁଲୋଚନା ନୁହ୍ଁ ବିଜେଡି ବିଧାୟକ ଅନନ୍ତ ଜେନା ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାରଗେଟ କରିଛନ୍ତି। ପ୍ରଥମେ ବଳଭଦ୍ର ଆଉ ଏବେ ଲିଙ୍ଗରାଜ ମନ୍ଦିର ଅଘଟଣ ନେଇ ମହାପ୍ରଭୁ ସତର୍କ କରୁଛନ୍ତି। ୨୪ ବର୍ଷ ଶାସନ ସମୟରେ ଏଭଳି ଅଘଟଣ ଘଟି ନଥିଲା ଆଗକ ବିପଦ ଆସୁଛି ବୋଲି ଚେତାଇ ଦେଇଛନ୍ତି ମହାପ୍ରଭୁ ବୋଲି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅନନ୍ତଜେନା । ଏ ସରକାର ସମସ୍ତଙ୍କୁ ନେଇ ଚାଲୁ ନାହାନ୍ତି। ମୁଁ ବିଧାୟକ ଥିଲେ ବି କୌଣସି ମିଟିଂରେ ମୋତେ ଡକାଯାଉନାହିଁ । କାହା ସହ କାହାର ସମନ୍ବୟ ରହୁନି ଏ ସରକାରରେ। ସେଥିପାଇଁ ଏଭଳି ଘଟଣା ଘଟୁଛି।

Advertisment
Lingaraj Temple Sulochana Das
Advertisment
Advertisment