ସେହିପରି କର୍ଣ୍ଣାଟକରେ ମଙ୍ଗଳବାର ଦିନ ୧.୪୬ ପ୍ରତିଶତ ଟିଆରପି ସହିତ ୧୫୦୧ରୋଗୀ ଥିବାବେଳେ କେରଳରେ କୋଭିଡ -୧୯ ରୋଗୀଙ୍କ ଗ୍ରାଫ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି । ମୋଟ ରୋଗୀଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି କେରଳ ।
ଦେଶରେ ବଢୁଥିବା ତେଲ ଦରରୁ ମୁକୁଳିବା ପାଇଁ ଅଭିନବ ଉପାୟ । କେରଳର ଜଣେ ବ୍ୟକ୍ତି ଏଭଳି ଏକ ସାଇକେଲ ନିର୍ମାଣ କରିଛନ୍ତି ଯାହାକି ମୋଟୋର ସାଇକେଲ ଭଳି ଦେଖାଯାଉଛି ।
ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ୍ ପ୍ରୋଟେକ୍ସନ୍ ପ୍ରୋଜେକ୍ଟ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।
ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ ଏବଂ ପ୍ରତିଦିନ କେବଳ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଭକ୍ତଙ୍କୁ ସାବରିମାଳା ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି
ନୂଆଦିଲ୍ଲୀ: ଏଚ୍ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି ନିପା ବା ଏନ୍ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା […]
ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ।
ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]
କେରଳରେ କରୋନା ମହାମାରୀ ଆତଙ୍କ ମଧ୍ୟରେ ବର୍ତ୍ତମାନ ଜିକା ଭାଇରସ୍ ଭୟ ସୃଷ୍ଟି କରୁଛି । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୪ ଜଣ ଲୋକ ମଶା ଦ୍ୱାରା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମଣ ଖବର ସ୍ପଷ୍ଟ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି ।