/odishatv-khabar/media/media_files/2025/10/28/registers-marriage-2025-10-28-10-47-57.jpg)
Registers-Marriage Photograph: (OTV)
ଡିଜିଟାଲ୍ ପ୍ରେମର ନୂଆ ମିସାଇଲ୍। ଘରେ ବସି ହେଲା ଭିଡିଓ କଲ୍। ସାଙ୍ଗେ ସାଙ୍ଗେ ବାହାରିଲା ସାର୍ଟିଫିକେଟ୍। ଟେକ୍ନୋଲୋଜି ପ୍ରମାଣ କରିଦେଲା, "ଏବେ ବିବାହ ପାଇଁ ବାହାରକୁ ଯିବାକୁ ପଡିବ ନାହିଁ କି ସରକାରୀ ଅଫିସ୍ରେ ଘଣ୍ଟା ଘଣ୍ଟା ଚକ୍କର କାଟିବାକୁ ପଡିବ ନାହିଁ। ଅନଲାଇନରେ ହେଇଯିବ କାମ। ମିଳିଯିବ ବିବାହ ପ୍ରମାଣପତ୍ର। ଲାବଣ୍ୟ ଏବଂ ବିଷ୍ଣୁ ସେମାନଙ୍କର ବିବାହକୁ ଭିଡିଓ KYC ମାଧ୍ୟମରେ ଅନଲାଇନରେ ପଞ୍ଜୀକରଣ କରିଛନ୍ତି, ଯାହା ଡିଜିଟାଲ୍ ଇଣ୍ଡିଆର ବାସ୍ତବ ରୂପକୁ ସାମ୍ନାକୁ ଆଣିଛି।
ଅଧିକାରୀ ସେମାନଙ୍କର KYC ଡିଜିଟାଲ ଯାଞ୍ଚ କରିବାର କିଛି ମିନିଟ୍ରେ ସେମାନଙ୍କର ଡିଜିଟାଲ ଦସ୍ତଖତ ହୋଇଥିବା ବିବାହ ପ୍ରମାଣପତ୍ର ସେମାନଙ୍କର ଫଟୋ ସହିତ ମିଳିଯାଉଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିବାହକୁ ଏମିତି ସହଜ ଆଉ ସରଳ କରିବା ନେଇ କେରଳ ସରକାର ନେଇଛନ୍ତି ଏହି ପଦକ୍ଷେପ। ସୂଚନା କେରଳ ମିଶନ ବା IKM ଦ୍ୱାରା ବିକଶିତ K-SMART ପ୍ଲାଟଫର୍ମ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ଏବେ ଦମ୍ପତିମାନଙ୍କୁ ପଞ୍ଚାୟତ ଯିବାକୁ ପଡୁ ନାହିଁ କି ଲମ୍ବା ଫର୍ମ ପୂରଣ କରିବା ଦରକାର ହେଉ ନାହିଁ। କେବଳ ଆଧାର OTP କିମ୍ବା ଇମେଲ୍ ଅଥେଣ୍ଟିକେସନ ହୋଇଗଲେ କାମ ଶେଷ। କମ୍ପୁଟରରେ ଏହା ଏଣ୍ଟ୍ରୀ କରିଦେଲେ ତୁରନ୍ତ ବିବାହ ସାର୍ଟିଫିକେଟ୍ ମିଳିଯିବ।
ଏଠାକାର ସରକାର ଏହି ବ୍ୟବସ୍ଥାକୁ ଜାନୁଆରୀ ୨୦୨୪ ରୁ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୦୨୫ ମଧ୍ୟରେ, କେରଳରେ ୫୨ ହଜାର ୫୦୦ରୁ ଅଧିକ ବିବାହ ସମ୍ପୂର୍ଣ୍ଣ ଅନ୍ଲାଇନ୍ରେ ହୋଇଛି।
IKMର CMD ସନ୍ତୋଷ ବାବୁଙ୍କ ଅନୁସାରେ, "ଏହା କେବଳ ଏକ ଟେକ୍ନୋଲୋଜୀ ନୁହେଁ, ଏହା ଏକ ବିପ୍ଳବ। ଏବେ ଦମ୍ପତିମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ସେମାନଙ୍କର ବିବାହ ପଞ୍ଜୀକରଣ କରିପାରିବେ। କିଛି ଦମ୍ପତି ସମୁଦ୍ରରେ ଜାହାଜରେ ଥିବା ସମୟରେ ମଧ୍ୟ ଏହି ପ୍ରକ୍ରିୟା ଶେଷ କରିଛନ୍ତି" ବୋଲି ସେ କହିଛନ୍ତି।
ତେବେ K-SMART କେବଳ ବିବାହ ନୁହେଁ ବରଂ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର, ଟିକସ ପେମେଣ୍ଟ୍ ଏବଂ ବିଲ୍ଡିଂ ପର୍ମିଟ୍ ଭଳି ସେବା ମଧ୍ୟ ଅନଲାଇନରେ ଦିଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)