Advertisment

Nimisha Priya: ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ପ୍ରତ୍ୟାହାର ଦାବିକୁ ଖଣ୍ଡନ କଲେ ସରକାର: ସୂତ୍ରରୁ ପ୍ରକାଶ

ୟେମେନ୍‌ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଫାଶିଦଣ୍ଡ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ବାତିଲ୍ କରିଥିବା ଖବରକୁ ଖଣ୍ଡନ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। 'ଗ୍ରାଣ୍ଡ୍ ମୁଫ୍‌ତି ଅଫ୍‌ ଇଣ୍ଡିଆ' ଅଫିସ୍‌ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍ ହୋଇଛି।

author-image
Chinmayee Sahoo
nimisha priya

nimisha priya

କେରଳର ନର୍ସ ନିମିଷା ପ୍ରିୟାଙ୍କର ମୃତ୍ୟୁଦଣ୍ଡ ବାତିଲ୍ ହୋଇଛି ବୋଲି ଗ୍ରାଣ୍ଡ ମୁଫତି ଅଫ ଇଣ୍ଡିଆ କାନ୍ଥାପୁରମ ଏପି ଅବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ଖବରକୁ ଖଣ୍ଡନ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ୨୦୧୭ରେ ୟେମେନର ଜଣେ ନାଗରିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୟେମେନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଶୀ ଦଣ୍ଡାଦେଶକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି ବୋଲି ଗ୍ରାଣ୍ଡ ମୁଫତି ଅଫ ଇଣ୍ଡିଆ କାନ୍ଥାପୁରମ ଏପି ଅବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିନ ଘୋଷଣା କରାଯାଇଥିଲା।

Advertisment

ପୂର୍ବରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଥିବା ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୂଚନା ମିଳିଥିବା ବେଳେ ଏହି ବାତିଲ୍ ଦାବିକୁ ଖାରଜ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। “ୟେମେନରେ ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ ହୋଇଥିବା ସୂଚନା ଭୁଲ୍”। ସେହିପରି ତଲାଲଙ୍କ ଭାଇ ଅବଦୁଲ ଫତାହ ମହଦି ମଧ୍ୟ ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିବା ସହ ଖାରଜ କରିଛନ୍ତି।

ସୋମବାର, ଭାରତର ମହାନ ମୁଫତି କଣ୍ଠପୁରମ୍ ଏପି ଅବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ଦାବି କରିଥିଲା ଯେ, ”ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଆନୁଷ୍ଠାନିକ ଭାବରେ ବାତିଲ କରାଯାଇଛି। ପୂର୍ବରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା।” ତେବେ କାର୍ଯ୍ୟାଳୟ ସ୍ପଷ୍ଟ କରିଥିଲା ଯେ ଏହା ୟେମେନ ସରକାରଙ୍କଠାରୁ କୌଣସି ଆନୁଷ୍ଠାନିକ ଲିଖିତ ଭାବେ ସ୍ପଷ୍ଟ କରାଯାଇନାହିଁ। ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ବର୍ତ୍ତମାନ ଏହି ଦାବିକୁ ଖାରଜ କରିଛି।

Advertisment

ଜୁଲାଇ ୧୬ରେ ନିମିଷାଙ୍କର ମୃତ୍ୟୁଦଣ୍ଡ ପାଇବାର ଥିଲା। କିନ୍ତୁ ଗ୍ରାଣ୍ଡ ମୁଫତି ମୁସଲିୟାରଙ୍କ ୟେମେନ ଅଧିକାରୀଙ୍କୁ ଫାଶୀ ରୋକିବା ପାଇଁ ନିବାଦନ କରିଥିଲେ। ଯାହାକୁ ପୂର୍ବରୁ ଅଟକାଯାଇଥିଲା।

ଉଲ୍ଲେଖଯୋଗ୍ୟ, ନିମିଷା ପ୍ରିୟା (୩୮) କେରଳର ପାଲକ୍କାଡ ଜିଲ୍ଲାର ବାସିନ୍ଦା। ସେ କେରଳରେ ନର୍ସିଂ କରିବା ପରେ ୨୦୦୮ରେ ଭଲ ଚାକିରି ପାଇଁ ୟେମେନକୁ ଚାଲି ଯାଇଥିଲେ। ସେଠାରେ ସେ ବିଭିନ୍ନ ହସ୍ପିଟାଲରେ ନର୍ସ ଭାବେ କାମ କରିଥିଲେ। ପରେ ସେ ନିଜର ଏକ କ୍ଲିନିକ୍ କରିବା ପାଇଁ ଚାହିଁଥିଲେ। ହେଲେ ୟେମେନରେ କୌଣସି ବିଦେଶୀ ବ୍ୟକ୍ତି ବ୍ୟବସାୟ କରିବା ସହଜ ନୁହେଁ। ର୍ସଠାରେ ବ୍ୟବସାୟ କରିବା ପାଇଁ ହେଲେ, ସେଠାକାର ନାଗରିକଙ୍କ ସହଭାଗୀତା ଜରୁରୀ ହୋଇଥାଏ। ଯାହା ପରେ ନିମିଷା ମେନର ନାଗରିକ ତଲାଲ ଅବଦୋ ମାହଦୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତଲାଲଙ୍କ ସହଭାଗୀତାରେ ନିଜର ସ୍ବତନ୍ତ୍ର କ୍ଲିନିକ୍ ମଧ୍ୟ ଖୋଲିଥିଲେ। ରାଜଧାନୀ ସନାରେ ମିଳିତ ଭାବେ ଏକ କ୍ଲିନିକ ଚଳାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତଲାଲ ନିମିଷାଙ୍କୁ ହଇରାଣ ହରକତ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ତଲାଲ ତାଙ୍କୁ ନିଜ ପତ୍ନୀର ପରିଚୟ ଦେଉଥିଲେ। ଯଦିଓ ନିମିଷା ବିବାହିତ ଏବଂ ତାଙ୍କ ସ୍ବାମୀ ଓ ପୁଅ ଭାରତରେ ରହୁଛନ୍ତି।

ତଲାଲ ନିମିଷାଙ୍କ ପାସପୋର୍ଟ ଜବତ କରି ରଖିଥିଲେ ଏବଂ ନିମିଷା ଭାରତକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେ ବାଧା ଦେଉଥିଲେ। ଯାହା ପରେ ନିମିଷା ନିଜ ଡକ୍ୟୁମେଣ୍ଯ ଫେରି ପାଇବା ପାଇଁ ସେ ୨୦୧୭ରେ ତଲାଲଙ୍କୁ ନିଶା ଔଷଧ ଦେଇଥିଲେ। ହେଲେ, ନିଶା ଔଷଧର ମାତ୍ରା ଅଧିକ ହେବା କାରଣରୁ ତଲାଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ନିମିଷା ଭାରତ ଫେରିବାକୁ ଚେଷ୍ଟା କରୁଥିବା ବେଳେ ୨୦୧୮ରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୨୦୨୦ରେ ୟେମେନ କୋର୍ଟ ତାଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ। ୟେମେନର ରାଷ୍ଟ୍ରପତି ରଶାଦ ଅଲ-ଅଲିମୀ ଏବଂ ହୁତୀ ନେତା ମାହଦୀ ଅଲ-ମାଶାତ ୨୦୨୪ ଶେଷ ଏବଂ ୨୦୨୫ ଆରମ୍ଭରେ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ନିମିଷାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ପାଇଁ ନିରନ୍ତର କୂଟନୈତିକ ହସ୍ତକ୍ଷେପ କରୁଥିଲେ।

ଅଧିକ ପଢନ୍ତୁ: ହାତ ଟେକି ଦେଲେ ସରକାର, କ’ଣ ହେବ ନିମିଷାଙ୍କ ଭାଗ୍ୟ ?

Yemen Ministry Of External Affairs Indian Nurse Kerala
Advertisment
Advertisment