ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।
ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍ ଚାଲି ଥିବାବେଳେ ହଠାତ୍ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।
ପୁଣି ଫେରିଲା ଲକ୍ଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରଳ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବା ଲାଗି ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡଡାଉନ୍ ଘୋଷଣା କରାଯାଇଛି ।
୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଦେଶରେ ଅନେକ ଚା ବିକାଳି ଅଛନ୍ତି। ହେଲେ ଏମିତି ଚା ବିକାଳି ବିଷୟରେ ଆପଣ କେବେ ହେଲେ ଜାଣି ନଥିବେ। ଯିଏ କି ଚା ବିକା ପଇସାରୁ ପ୍ରତିଦିନ ୩୦୦ ଟଙ୍କା ରଖି ସ୍ତ୍ରୀଙ୍କ ଧରି ଦେଶ ବିଦେଶ ବୁଲୁଥିଲେ। ଏବେ ତାଙ୍କ ପରଲୋକରେ ତାଙ୍କୁ ମନେ ପକାଉଛନ୍ତି ଅନେକ। ଜାଣନ୍ତୁ, କିଏ ସେହି ବ୍ୟକ୍ତି ଓ କେଉଁଠି ଥିଲା ତାଙ୍କ ଷ୍ଟଲ୍...
ଅନ୍ଲାଇନ୍ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍ । ଅନ୍ଲାଇନ୍ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।
ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...
କେରଳରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।
ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍ଙ୍କ ପରଲୋକ। ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ମୁତାବକ ହୃଦଘାତରେ ପୀଡ଼ିତ ହେବା ପରେ ପଦ୍ମନାଭନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
କେରଳରେ ପୁଣି ନିପହା ଭାଇରସ ଆତଙ୍କ। ସଂକ୍ରମଣରେ ଗଲା ୧୨ ବର୍ଷର ବାଳକଙ୍କ ଜୀବନ। ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ।
ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ?
ଦେଶରେ ତୃତୀୟ ଲହରୀ ଭୟ ଭିତରେ କେରଳରେ ବେକାବୁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ଛଅ ଦିନହେଲା ପ୍ରତିଦିନ ୩୦,୦୦୦ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କେରଳର ସ୍ଥିତି ସୁଧୁରିବାର ନାଁ ନେଉନି ।
କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି।
ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ୍ ବୋମା ବିସ୍ଫୋରଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି ।
ଗତକାଲି ଅର୍ଥାତ ଗୁରୁବାର ଦିନ କରୋନାର ୩୦,୦୦୭ ନୂତନ ମାମଲା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ୧୬୨ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୦, ୧୩୪ ରେ ପହଞ୍ଚିଛି । ଏହାପୂର୍ବରୁ ବୁଧବାର ଦିନ କେରଳରେ ରେକର୍ଡ ସଂଖ୍ୟକ ୩୧,୪୪୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୬,୧୬୪ ମାମଲାର ୬୮.୧୧ ପ୍ରତିଶତ ଅଟେ
କରୋନା ମୁକାବିଲା ନେଇ କେରଳ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଦେଶର କରୋନା ହଟସ୍ପଟ ପାଲଟିଥିବା କେରଳରେ ସରକାରଙ୍କର କୋଭିଡ ମାନେଜମେଣ୍ଟକୁ ସମାଲୋଚନା କରି ଯୁବ କଂଗ୍ରେସର ପ୍ରତିବାଦ ।
୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ତେବେ ଆଜି ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି।
ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ବ୍ୟକ୍ତିଙ୍କ ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ।
ସେହିପରି କର୍ଣ୍ଣାଟକରେ ମଙ୍ଗଳବାର ଦିନ ୧.୪୬ ପ୍ରତିଶତ ଟିଆରପି ସହିତ ୧୫୦୧ରୋଗୀ ଥିବାବେଳେ କେରଳରେ କୋଭିଡ -୧୯ ରୋଗୀଙ୍କ ଗ୍ରାଫ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି । ମୋଟ ରୋଗୀଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି କେରଳ ।
ଦେଶରେ ବଢୁଥିବା ତେଲ ଦରରୁ ମୁକୁଳିବା ପାଇଁ ଅଭିନବ ଉପାୟ । କେରଳର ଜଣେ ବ୍ୟକ୍ତି ଏଭଳି ଏକ ସାଇକେଲ ନିର୍ମାଣ କରିଛନ୍ତି ଯାହାକି ମୋଟୋର ସାଇକେଲ ଭଳି ଦେଖାଯାଉଛି ।