Advertisment

‘ଅଭିଭାବକ ମିଟିଂ’କୁ ଆସିଲେନି ବାପା ମାଆ, ବର୍ଷାରେ ଛିଡ଼ା ହେଲେ ପିଲା

୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Boudh Kendriya Vidyalaya

School Parents Meeting

ଅଭିଭାବକ ମିଟିଂ କୁ ଆସିଲେନି ବାପା ମାଆ । ପିଲାଙ୍କୁ ଢୁ ଢୁ ବର୍ଷାରେ ଛଡ଼ା କରି ଅପମାନିକ କଲେ ସ୍କୁଲ କର୍ତ୍ତୃପକ୍ଷ । ବୈଠକକୁ ଅଭିଭାବକ ନ ଆସିବାରୁ ଛାତ୍ରଛାତ୍ରୀଙ୍କୁ ମିଳିଲା ଦଣ୍ଡ । ୧୦ରୁ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ବର୍ଷାରେ ସ୍କୁଲ ବାହାରେ ଠିଆ କରାଇଲେ କର୍ତ୍ତୃପକ୍ଷ । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ନେଇ ଏବେ ଖୁବ୍ ଅସନ୍ତୋଷ ଦେଖାଦେଇଛି ।

Advertisment

ପୁରା ଘଟଣାଟି ହେଲା, ଗତକାଲି ପ୍ରିନ୍ସପାଲ ସ୍କୁଲରେ ବୈଠକ ଡାକିଥିଲେ। ଏହି ବୈଠକରେ ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା। ୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।

ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ଫୋନ୍‌ କରିବାକୁ କହିଥିଲେ। ପିଲାମାନେ ବାହାରେ ବର୍ଷାରେ ଭିଜି ନିଜର ବାପା ମାଙ୍କୁ ଜଣାଇଥିଲେ। ଅଭିଭାବକମାନେ ଆସିବା ପର୍ଯ୍ୟନ୍ତ ପିଲାମାନେ ବାହାରେ ବର୍ଷାରେ ଭିଜୁଥିଲେ। ଅଭିଭାବକ ସ୍କୁଲରେ ପହଞ୍ଚି ପ୍ରିନ୍ସପାଲଙ୍କର ଏପରି କାମକୁ ନିନ୍ଦା କରିଥିଲେ। ଏହା ସହ ପ୍ରିନ୍ସପାଲଙ୍କ ସହ ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଅଭିଭାବକମାନେ କହିଥିଲେ।

Advertisment

ଜଣେ ଅଭିଭାବକ କହିଛନ୍ତି,ଗତକାଲି ପ୍ରିନ୍ସପାଲ ବୈଠକ ଡାକିଥିଲେ। କୌଣସି କାମ ପାଇଁ ବୈଠକକୁ ଆସିପାରିଲୁ ନାହିଁ। ଏଥିପାଇଁ ପ୍ରିନ୍ସପାଲ ଆମ ପିଲାଙ୍କୁ ଶ୍ରେଣୀ ଗୃହର ବାହାରକୁ କାଢ଼ି ଦେଇଥିଲେ। ଆମ ପିଲାମାନେ ବର୍ଷାରେ ଭିଜି ବାହାରେ ଠିଆ ହୋଇଥିଲେ। ଯଦି ଆମେ ବୈଠକକୁ ନ ଆସିନପାରିଲୁ ତାହାହେଲେ ପିନ୍ସପାଲ ଆମକୁ ସମୟ ଦେବାର ଥିଲା। ଏପରି କରିବା ଠିକ୍‌ ନଥିଲା। ଏହାକୁ ଆମେ ନିନ୍ଦା କରୁଛି। 

ଅନ୍ୟପକ୍ଷରେ ପ୍ରିନ୍ସପାଲ କହିଛନ୍ତି,ଗତକାଲି ବୈଠକ ଡକାଯାଇଥିଲା। ଏହି ବୈଠକରେ ଯୁକ୍ତ ଦୁଇ ଓ ଦଶମ ଶ୍ରେଣୀର ଅଭିଭାବକ ମାନେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ କିଛି ପିଲାଙ୍କ ଅଭିଭାବକ ଆସିନଥିଲେ। ଆମେ ବାରମ୍ବାର ବୈଠକକୁ ଡାକିବା ସତ୍ତ୍ୱେ ସେମାନେ ଆସୁ ନାହାନ୍ତି । ଏଥିପାଇଁ ପିଲାମାନଙ୍କୁ ବାହାରକୁ ଯାଇ ସେମାନଙ୍କ ବାପାମାଙ୍କୁ ଫୋନ୍‌ କରିବାକୁ ମୁଁ କହିଥିଲି। ପିଲାଙ୍କ ପାଠପଢ଼ା ବିଷୟରେ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିବାକୁ ବୈଠକ ଡକାଯାଇଥିଲା। ହେଲେ ସେମାନେ ଏହାର ଅଲଗା ଅର୍ଥ ବାହାର କରୁଛନ୍ତି।

Student Kendriya Vidyalaya
Advertisment
Advertisment