ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅସଲ ପରୀକ୍ଷା। ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ ତାଲିକା। ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ। ଆଜି ସକାଳ ସାଢେ ୧୦ଟାରେ ବିଜେପି ପକ୍ଷରୁ ସୁପ୍ରିମ୍କୋର୍ଟରେ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରାଯିବ। ଏହାପରେ ଏହି ମାମଲା ଉପରେ ଶୁଣାଣି କରିବେ ସବୋର୍ଚ୍ଚ କୋର୍ଟ। ଯଦି ସମର୍ଥକ […]
ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର। ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ […]
ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍। ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍ କରୁଛନ୍ତି। କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ […]
ବେଙ୍ଗାଲୁରୁ: ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ମୋଟ୍ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। […]