/odishatv-khabar/media/media_files/2025/09/23/man-drinks-enginee-oil-2025-09-23-15-50-32.jpg)
ଇଞ୍ଜିନ୍ ଅଏଲ Photograph: (OTV)
୩୩ ବର୍ଷ ହେଲା ଇଞ୍ଜିନ ଅଏଲ ପିଇ ବଞ୍ଚିଛନ୍ତି। ଖାଦ୍ୟ ଖାଆନ୍ତି ନାହିଁ। ଦିନକୁ ପିଉଛନ୍ତି ୮ ଲିଟର ପୋଡା ଇଞ୍ଚିନ୍ ଅଏଲ। ଇଏ ସେହି ଇଞ୍ଜିନ ଅଏଲ ଯାହାକୁ ଆମେ ଗାଡିରେ ପକାଉ । ଏ କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ ଏ ମଣିଷ ନା ଗାଡିମୋଟର । ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସେ, ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ । ଏହା ବି ସେମିତି ଏକ ଘଟଣା । ଜଣେ ମଣିଷ ୩୩ ବର୍ଷ ହେଲା ଖାଦ୍ୟ ନ ଖାଇ କେବଳ ପୋଡା ଇଞ୍ଜିନ ଅଏଲ ପିଇ ବଞ୍ଚିଛନ୍ତି ।
ଏହି ବ୍ୟକ୍ତି ଜଣକ ହେଲେ ଅଏଲ କୁମାର । ତାଙ୍କ ଘର ହେଉଛି କର୍ଣ୍ଣାଟକର ଶିବମୋଗାରେ । ତାଙ୍କର ପ୍ରକୃତ ନାଁ 'କୁମାର' ଅଟେ । କିନ୍ତୁ ଲୋକ ତାଙ୍କୁ 'ଅଏଲ କୁମାର' ନାଁରେ ଡାକନ୍ତି ।
ଆଶ୍ଚର୍ଯ୍ୟର କଥା ଯେ, ଏହି ବ୍ୟକ୍ତି ୩୩ ବର୍ଷ ହେଲା ଭାତ, ଡାଲି, ରୁଟି କି ଅନ୍ୟ କୌଣସି ଖାଦ୍ୟ ଖାଇ ନାହାନ୍ତି । କେବଳ ଚା ଓ ଇଞ୍ଜିନ ଅଏଲ ପିଇ ବଞ୍ଚିଛନ୍ତି । ଦିନକୁ ସେ ୭ରୁ ୮ ଲିଟର ଅଏଲ ପିଅନ୍ତି । ତଥାପି ସେ ପୂରା ସୁସ୍ଥ ଅଛନ୍ତି । ତାଙ୍କ ଦେହରେ କୌଣସି ରୋଗ ନାହିଁ । ଯାହାର ରହସ୍ୟ ଡାକ୍ତର ବି ବୁଝି ପାରୁନାହନ୍ତି ।
ତେବେ ଭଗବାନ ଆୟପ୍ପାଙ୍କ କୃପାରୁ ଏହା ସମ୍ଭବ ହୋଇଛି କୁହନ୍ତି ଅଏଲ କୁମାର । ଏଥିପାଇଁ ଅନେକ ଲୋକ ତାଙ୍କୁ 'ଚମତ୍କାରୀ ପୁରୁଷ' ବୋଲି ଭାବନ୍ତି ।
ଜଣେ ଇନଷ୍ଟାଗ୍ରାମ ୟୁଜର ଅଏଲ କୁମାରଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ସେ କେବଳ ଇଞ୍ଜିନ ଅଏଲ ପିଇ ବଞ୍ଚୁଥିବା ଦାବି କରିଥିଲେ, ଯାହା ସାଙ୍ଗ ସାଙ୍ଗେ ଭାଇରାଲ ହୋଇ ଯାଇଥିଲା । ଲୋକେ ନାନା ପ୍ରକାର କମେଣ୍ଟ ବର୍ଷା କରିଥିଲେ । କିଏ ୟାକୁ ଚମତ୍କାର କହିଥିଲା ତ କିଏ ପଲ୍ୟୁସନ ସାର୍ଟିଫିକେଟ ଅଛି କି ନାଇଁ ପଚାରିଥିଲା।
ବିଶେଷ ଦ୍ରଷ୍ଟବ୍ୟ: ଇଞ୍ଜିନ ଅଏଲ ମଣିଷ ଶରୀର ପାଇଁ ଅତି ହାନିକାରକ । ଏହା କୌଣସି ବିଷଠୁ କମ୍ ନୁହେଁ । ଏହାକୁ ପିଇଲେ ଗମ୍ଭୀର ରୋଗ ସହ ମୃତ୍ୟୁ ବି ହୋଇପାରେ । ତେଣୁ ଆପଣ ଆଦୌ ଅଏଲ୍ କୁମାରଙ୍କ ଭଳି ଏପରି ଦୁଃସାହସ କରନ୍ତୁ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)