Advertisment

Brazilian Journalist: ନିଖୋଜ ନେଇ ରିପୋର୍ଟିଂ କରୁଥିଲେ, ମୃତଦେହ ଉପରେ ପଡ଼ିଲା ଗୋଡ଼

ରୈସା ନଦୀରେ ନିଜ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୃତଦେହ ମିଳିବା ପରେ ରୈସାଙ୍କ ସ୍କୁଲରେ ୩ ଦିନିଆ ଶୋକ ପାଳନ ପାଇଁ ଛୁଟି ଘୋଷଣା କରାଯାଇଥିଲା।

author-image
Manasranjan Mohanty
Brazilian Journalist

Brazilian Journalist

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବ୍ରାଜିଲରେ ଜଣେ ଟିଭି ସାମ୍ବାଦିକ ନିଖୋଜ ହୋଇଯାଇଥିବା ୧୩ ବର୍ଷୀୟ ସ୍କୁଲ ଝିଅ ସମ୍ପର୍କରେ ରିପୋର୍ଟିଂ କରୁଥିଲେ। ହେଲେ ସେ ଯେଉଁ ଝିଅର ନିଖୋଜ ସମ୍ପର୍କରେ ରିପୋର୍ଟିଂ କରୁଥିଲେ, ତାଙ୍କରି ମୃତଦେହ ଉପରେ ସାମ୍ବାଦିକଙ୍କ ଗୋଡ଼ ଭୁଲରେ ପଡ଼ିଯିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ପୂରା ଘଟଣା ବାକାବଲ ଠାରେ ଥିବା ମୈରିମ ନଦୀରେ ଘଟିଛି। ଏଠାରେ ସ୍କୁଲ ଛାତ୍ରୀଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଦି ସନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରିପୋର୍ଟିଂ ବେଳେ ସାମ୍ବାଦିକ ଲେନିଲଡୋ ଫ୍ରାଜାଓ ନଦୀ ଭିତରେ ନିଜ ବୁମ ବା ମାଇକ ଧରି ପ୍ରବେଶ କରିବା ସହ ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଥିଲେ। କାରଣ ଏଠାରେ ଛାତ୍ରୀ ଜଣଙ୍କ ସୁଇମିଂ କରୁଥିଲେ। ଫ୍ରାଜାଓ ଛାତି ଯାଏ ପାଣିକୁ ଯାଇ ରିପୋର୍ଟ କରୁଥିବା ବେଳେ ନଦୀର ତଳ ପାଖରେ ନିଖୋଜ ଛାତ୍ରୀଙ୍କ ମୃତଦେହ ପଡ଼ି ରହିଥିବା ତାଙ୍କୁ ଜଣା ନଥିଲା।

ଛାତିଏ ପାଣିରେ ଥିବା ବେଳେ ରିପୋର୍ଟର ଜଣଙ୍କ ହଠାତ ଡିଆଁ ମାରିଥିଲେ। ପାଣି ଭିତରେ କିଛି ଥିବା ସେ ତାଙ୍କ ଟିମକୁ ଜଣାଇଥିଲେ। ସେ ତୁରନ୍ତ ସେଠାରୁ ଚାଲି ଆସିବା ସହ ଉକ୍ତ ସ୍ଥାନକୁ ଚାହିଁଥିଲେ। ସେ କହିଥିଲେ, “ପାଣିର ତଳ ଭାଗରେ କିଛି ରହିଥିବା ମୁଁ ଅନୁଭବ କରୁଛି। ମୁଁ ସେଠାକୁ ଯିବିନି। ମୋତେ ଭୟ ଲାଗୁଛି। ମୁଁ ଗୋଟିଏ ବାହୂକୁ ଦେଖିଛି। ସମ୍ଭବତଃ ଏହା ସେହି ଝିଅର ହୋଇପାରେ? କିନ୍ତୁ ଏହା ଗୋଟିଏ ମାଛ ବି ହୋଇପାରେ। ମୁଁ କିଛି ଜାଣି ପାରୁନି।”

Advertisment

ଫ୍ରାଜାଓଙ୍କ ସୂଚନା ପରେ ଅଗ୍ନିଶମ ବାହିନୀ ଓ ବୁଡ଼ାଳୀମାନେ ପାଣିକୁ ଡିଆଁ ମାରି ଜୁନ ୩୦ରୁ ନିଖୋଜ ଥିବା ୧୩ ବର୍ଷୀୟ ରୈସାଙ୍କୁ ଖୋଜିବାକୁ ଲାଗି ପଡ଼ିଥିଲେ। ସେମାନେ ଫ୍ରାଜାଓ ଯେଉଁ ସ୍ଥାନରେ ଛିଡ଼ା ହୋଇ ରିପୋର୍ଟିଂ କରୁଥିଲେ, ସେଠାରୁ ହିଁ ରୈସାଙ୍କ ମୃତଦେହକୁ ଠାବ କରିଥିଲେ।

ରୈସା ନଦୀରେ ନିଜ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୃତଦେହ ମିଳିବା ପରେ ରୈସାଙ୍କ ସ୍କୁଲରେ ୩ ଦିନିଆ ଶୋକ ପାଳନ ପାଇଁ ଛୁଟି ଘୋଷଣା କରାଯାଇଥିଲା।

Journalists Deadbody
Advertisment
Related Articles
Advertisment