ଫ୍ଲୋର୍ ଟେଷ୍ଟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଛନ୍ତି । ଚମ୍ପାଇ ସୋରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।
ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି।
କଂଗ୍ରେସ ଓ ଜେଏମ୍ଏମ୍ ବିଧାୟକଙ୍କୁ ରାୟପୁର ନିଆଯାଉଛି
୨୦୦୬ ମସିହାରେ ହେମନ୍ତଙ୍କୁ ବିବାହ କରିବା ପରେ କଳ୍ପନା ରାଜନୀତିକୁ ବେଶ୍ ପାଖରୁ ଦେଖିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସ୍ୱାମୀଙ୍କ ଆସନରେ ସେ ବସିଲେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ । ଏହାସହ ହେମନ୍ତଙ୍କ ପାଇଁ ବି ରାଜନୈତିକ ଫାଇଦା ଅଧିକ ରହିବ ।
ଗତକାଲି ରାତିରେ ରାଞ୍ଚିରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ଆଜି ବି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସମସ୍ତ ବିଧାୟକଙ୍କ ଆଲର୍ଟ ମୁଡ୍ରେ ରଖାଯିବା ସହ ରାଞ୍ଚିରେ ହିଁ ରହିବାକୁ ନିର୍ଦ୍ଦେଶ ହୋଇଛି ।
ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି।