/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661862845.jpg)
Special story
ଝାଡ଼ଖଣ୍ଡରେ ରାଜନୈତିକ ସଂକଟ ମଧ୍ୟରେ ନିଜ ଏମ୍ଏଲ୍ଏଙ୍କୁ ରାୟପୁର ନେଉଛନ୍ତି କଂଗ୍ରେସ ଓ ଜେଏମ୍ଏମ୍ । ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ତେଣୁ ଗଡ଼ ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଏମ୍ଏମ୍ ନିଜ ବିଧାୟକଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟରେ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ର ରାୟପୁର ନେଉଛନ୍ତି । ହେମନ୍ତ ସୋରେନ ଆଶଙ୍କା କରୁଛନ୍ତି, ହୁଏତ ବିଜେପି, ବିଧାୟକଙ୍କୁ ନିଜ ପଟକୁ ନେବାକୁ ଚେଷ୍ଟା କରିପାରେ ।
ଅପରେସନ ଲୋଟସ୍ ଆଶଙ୍କାରେ ନିଜ ବିଧାୟକଙ୍କୁ ରାୟପୁରକୁ ପଠାଇ ଦିଆଯାଇଛି । ଛତିଶଗଡ଼ କଂଗ୍ରେସ ଶାସିତ ରାଜ୍ୟ ହୋଇଥିବାରୁ ସେଠାରେ ବିଜେପି କିଛି କରିପାରିବ ନାହିଁ ବୋଲି ତାଙ୍କର ବିଶ୍ୱାସ ଅଛି । ସରକାରଙ୍କ ଠାରୁ ନିଜ ନାଁରେ ମାଇନିଂ ଲିଜ୍ ନେଇଛନ୍ତି ହେମନ୍ତ ସୋରେନ । ଏହାକୁ ଅଫିସ୍ ଅଫ୍ ପ୍ରଫିଟ୍ କହି ତାଙ୍କର ବିଧାୟକ ପଦ ରଦ୍ଦ ପାଇଁ ବିଜେପି ଦାବି କରିଥିଲା ।
ନିର୍ବାଚନ କମିଶନ ମଧ୍ୟ ଏଥିପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିବା ଚର୍ଚ୍ଚା ହେଉଛି । ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଜେଏମ୍ଏମର ୩୦ ବିଧାୟକ ଥିବା ବେଳେ କଂଗ୍ରେସର ୧୮ ବିଧାୟକ ଅଛନ୍ତି ବିଜେପିର ୨୬ ବିଧାୟକ ଅଛନ୍ତି ।
ରାଜ୍ୟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ବିଧାୟକ ପଦ ଅଫିସ ଅଫ ପ୍ରଫିଟ ମାମଲାରେ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଛତିଶଗଡ଼ର ରାୟପୁରକୁ ଚାଲି ଯାଇଛନ୍ତି ମେଣ୍ଟ ସରକାରର ସମସ୍ତ ବିଧାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)