• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ କଣ କରିବେ ? ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ଛାଡ଼ିବାକୁ ପଡ଼ିବ ଗାଦି । ଆଉ ଏହାରି ଭିତରେ ଘାରିଛି ଅପରେସନ୍ ଲୋଟସ୍ ଚିନ୍ତା । ଗତକାଲି ଜେଏମ୍ଏମ୍, କଂଗ୍ରେସ ସମେତ ରାଜ୍ୟର ମେଣ୍ଟ ସରକାରରେ ଥିବା ସମସ୍ତ ବିଧାୟକ ରାଞ୍ଚି ଫେରିଛନ୍ତି । ସବୁ ଦଳ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖିଛନ୍ତି । 

ଗତକାଲି ରାତିରେ ରାଞ୍ଚିରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ଆଜି ବି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସମସ୍ତ ବିଧାୟକଙ୍କ ଆଲର୍ଟ ମୁଡ୍‌ରେ ରଖାଯିବା ସହ ରାଞ୍ଚିରେ ହିଁ ରହିବାକୁ ନିର୍ଦ୍ଦେଶ ହୋଇଛି । ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ୍ର ସୋରେନ୍ । ୨୦୨୧ରେ ରାଞ୍ଚି ଅନଗଡ଼ାରେ ୦.୮୮ ଏକରର ଖନନ ପଟ୍ଟା ହେମନ୍ତଙ୍କୁ ମିଳିଥିଲା ।

ତେବେ ଏହା ଏକ ଲାଭଜନକ ପଦ ଓ ମୁଖ୍ୟମନ୍ତ୍ରୀ ନିଜ ନାଁରେ ଖନନ ପଟ୍ଟା ନେବା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୯-ଏ ଉଲ୍ଲଂଘନ ବୋଲି ରାଜ୍ୟପାଳ ଓ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଥିଲା ବିଜେପି । ଏହାପରେ ନିର୍ବାଚନ କମିଶନ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ତେବେ ରାଜ୍ୟପାଳ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ।