ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...
ଇ-ଭେହିକିଲ୍ କରିବାର ଦେଖୁଥିଲେ ସ୍ୱପ୍ନ। ସାଇବର ଲୁଟେରାଙ୍କ ଚାଲ୍ର ଶିକାର ହେବା ପରେ ଆକାଉଣ୍ଟ ହୋଇଗଲା ଖାଲି। ଡିଲରସିପ୍ର ଆଶା ବି ମଉଳି ଗଲା....ଦେଖନ୍ତୁ କେମିତି ଲୁଟ୍ର ହେଲେ ଶିକାର
ଖରସ୍ରୋତା ବୁଡ଼ି ଘଟଣାରେ ୬ ଜଣଙ୍କ ମୃତଦେହ ଉଦ୍ଧାର। ସମସ୍ତଙ୍କ ମୃତଦେହ ଉଦ୍ଧାର ପରେ ସର୍ଚ ଅପରେସନ ବନ୍ଦ ରହିଛି । ମୃତକମାନେ ସମସ୍ତେ ଗୋଟିଏ ବଂଶର ଯୁବକ । ଶୁକ୍ରବାର ଦିନ ହୋଲି ସ୍ନାନ ବଳେ ଭାସି ଯାଇଥିଲେ । ପ୍ରଥମ ଦିନରେ ୨, କାଲି ୩ ଓ ଆଜି ଜଣକ ମୃତଦେହ ଉଦ୍ଧାର କରାଯାଇଛି ।
ବୁଥ୍ରୁ ଭୋଟ୍ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍ରୁ ୪ଜଣ ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ଦର୍ଶକ ବନ୍ଧୁ ଇଏ ହେଉଛି ଆମ ଗଣତନ୍ତ୍ର। ଏଠି ଏମିତି ଚାଲିଛି ଅବାଧ ଓ ନିରପେକ୍ଷ ମତଦାନ। ପୋଲିସ ବାବୁ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ସତ, ହେଲେ ନିର୍ଦ୍ଦିଷ୍ଟ ଦଳର ଲୋକ ନାଲି ଆଖି ଦେଖାଇ ଭୋଟ୍
ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ଅଛି ସାଲୁବାଲୁ ପୋକ ।
ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚାଉଳ । ପିଲାଙ୍କ ପାଇଁ ଆସିଥିବା ଚାଉଳ ଭର୍ତ୍ତି ହୋଇଛି ପୋକ । ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ସାଲୁବାଲୁ ପୋକ ରହିଥିବାର ଦେଖିବାକୁ ମିଳିଛ ।
ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ଯାଜପୁର ଧର୍ମଶାଳା ଚୋରା ପଥର କାରବାରର ପାଲଟିଛି ପେଣ୍ଠସ୍ଥଳ । ଜାଲ୍ ଓ୍ୱାଇ-ଫର୍ମ ଦେଖାଇ ଚାଲିଛି ପଥର କାରବାର । ତେବେ ଏଠି ପ୍ରଶ୍ନ ଉଠୁଛି ଫର୍ମ କେଉଁଠୁ ଆସୁଛି, ମାଷ୍ଟରମାଇଣ୍ଟ କିଏ ?
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ପୁଣି ଆବାସିକ ସ୍କୁଲରେ ପଶିଲା କରୋନା..ଯାଜପୁର ଦଶରଥପୁରର ଏକ ଆବାସିକ ସ୍କୁଲର ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି..
ଯଶୋବନ୍ତପୁର-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ । ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।
୨୦୧୯ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲ ପାଇଁ ଭିତ୍ତିପ୍ରସ୍ତର କରିଥିଲେ.. ହେଲେ ଅଢ଼େଇ ବର୍ଷ ହେଇଗଲା ପଥର ଖଣ୍ଡେ ବି ପଡ଼ିଲାନି.. କେବେ ବାଉଁଶ ପୋଲ, କେବେ ଦେଶୀ ଡଙ୍ଗାକୁ ଭରସୁଛନ୍ତି ଅଞ୍ଚଳବାସୀ..
ରୋଷେୟୀ କରୁଥିବା ବେଳେ ବାତ ମାରିଲା। ଗରମ ତରକାରୀ ବେକ ଉପରେ ଢାଳି ହୋଇଗଲା। ତାପରଠୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା। ଗାଁଲୋକଙ୍କ ସହାୟତାରେ ପାଇଲେ ନୂଆ ଜୀବନ...
କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।
ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..
୫ ମାସ ତଳେ ଯେଉଁ ପୁଅ-ବୋହୂ ବୁଢ଼ା ବାପାକୁ ଧକ୍କା ମାରି ଘରୁ ବାହାର କରିଦେଇଥିଲା, ଆଜି ଖବର ପ୍ରସାରଣ ପରେ ଫୁଲମାଳ ଦେଇ ଘରକୁ ନେଲେ। ନିଜ ଦୋଷକୁ ସ୍ୱୀକାର କରିବା ସହ ଆଗକୁ ପୂର୍ଣ୍ଣଚନ୍ଦ୍ରଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଯାଜପୁରର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...
ଦିନେ ସ୍ୱପ୍ନ ଦେଖିଥିଲେ, ପୁଅ ଓ ବୋହୂ ମୋର ବୃଦ୍ଧ କାଳରେ ଯତ୍ନ ନେବେ ବୋଲି। କିନ୍ତୁ ଆଜି ସେମାନେ ବୁଢ଼ା ବାପାକୁ ପର କରିଦେଲେ
ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ
ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍ ମାରିଲା ଟାଉନ୍ ପୋଲିସ୍
ଜେଲରେ ଥିବା ଅନ୍ତେବାସୀଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ । ଜେଲରୁ ମୁକୁଳିବାପରେ ନିଜକୁ ଆର୍ଥିକ କ୍ଷେତ୍ରରେ ସକ୍ଷମ କରିବା ପାଇଁ ସାନିଟାଇଜର, ମହମବତୀ ତିଆରି ଠାରୁ ଆରମ୍ଭ କରି ଛତୁଚାଷ ପ୍ରଣାଳୀ ବି ଶଖୁଛନ୍ତି ଅନ୍ତେବାସୀ । ଦେଖନ୍ତୁ ଏହି ରିପୋର୍ଟ.
ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା